ସିଲେରୁ ନଦୀରେ ପୁଣି ବୁଡ଼ିଲା ଦେଶୀ ଡଙ୍ଗା

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାର ସିଲେରୁ ନଦୀରେ ପୁଣି ଏକ ମାଛଧରା ଦେଶୀ ଡଙ୍ଗା ବୁଡିଯାଇଛି। ଫଳରେ ଜଣେ ନିଖୋଜ ଥିବା ଜଣାପଡ଼ିଛି। ଦେଶୀ ଡଙ୍ଗାଟି ଚିତ୍ରକୋଣ୍ଡା ଦୁର୍ଗା ମଣ୍ଡପ ନଦୀ ଘାଟରୁ ସିଲେଇପୁଟ ନଦୀଘାଟକୁ ଯାଉଥିଲା।

ବର୍ତ୍ତମାନ ସୁଦ୍ଧା ପ୍ରଶାସନ ପକ୍ଷରୁ କୌଣସି ପ୍ରକାର ପଦକ୍ଷେପ ନିଆଯାଇନଥିବା ବେଳେ ସ୍ଥାନୀୟ ଅଞ୍ଚଳ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଚାଲିଛି। ଗତ ୨ ମାସ ଭିତରେ ଚିତ୍ରକୋଣ୍ଡା ଅଞ୍ଚଳରେ ୩ଟି ଡଙ୍ଗା ବୁଡି ଘଟଣା ଘଟିଥିବାବେଳେ ପ୍ରଶାସନ ପକ୍ଷରୁ ସେଭଳି କିଛି ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ହୋଇଛି।