ଗୋପବନ୍ଧୁ ଛକ ରିଲାଏନ୍ସ ଷ୍ଟୋର୍‌କୁ ସିଲ୍‌ କଲା ବିଏମ୍‌ସି

ଭୁବନେଶ୍ବର,ଏନ୍ଏନ୍ଏସ୍: ତିନି ଦିନ ପାଇଁ ବନ୍ଦ ହେଲା ରେଲିଆନସ ଫ୍ରେଶ ସିଗ୍ନେଚର । ରାଜ୍ୟରେ ବର୍ଷା ଦିନ ଆରମ୍ଭ ହୋଇଥିବା ବେଳେ ବିଏମସି ରାଜଧାନୀରେ ସ୍ବଚ୍ଛତାକୁ ଗୁରୁତ୍ବ ଦେଇଛି । ତେବେ ଗୋପବନ୍ଧୁ ଛକରେ ଥିବା ଏହି ରିଲାଏନ୍ସ ଷ୍ଟୋର ସ୍ବଚ୍ଛତା ପରିପାଳନ କରୁନଥିବାରୁ ତିନିଦିନ ପାଇଁ ଏହାକୁ ବନ୍ଦ କରିଛି ବିଏମ୍‌ସି ।

ପୂର୍ବରୁ ଭୁବନେଶ୍ବରର ସ୍ବଚ୍ଛତା ଉପରେ ଗୁରୁତ୍ବ ଦେବା ପାଇଁ ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ସମସ୍ତଙ୍କୁ ସଚେତନ କରାଇଥିଲେ । କାରଣ ଜାଣତରେ ହେଉ କି ଅଜାଣତରେ ଏପରିକି ଅନେକ କ୍ଷେତ୍ରରେ ଲୋକଙ୍କ ଅବହେଳା ଯୋଗୁଁ ସହରର ପରିବେଶ ନଷ୍ଟ ହେଉଛି । ସହରକୁ ସବୁଜ ଓ ସୁନ୍ଦର ରଖିବାକୁ ହେଲେ ସମସ୍ତଙ୍କ ସହଯୋଗ ଜରୁରୀ । ଏହି ଆହ୍ବାନକୁ କିନ୍ତୁ ମାନିନଥିଲା ରିଲାଏନ୍ସ ଫ୍ରେଶ ସଗ୍ନେଚର। ନିଜର ଚତୁଃପାର୍ଶ୍ବକୁ ଅପରିଷ୍କାର କରି ବ୍ୟବସାୟ କରୁଥିଲା ।

ଏଥିପାଇଁ ରିଲାଏନ୍ସ ଷ୍ଟୋରକୁ ସିଲ କରି ୫ ମିଟର ପରିସର ପର୍ଯ୍ୟନ୍ତ ପରିଚ୍ଛନ୍ନତା ଉପରେ ଧ୍ୟାନ ଦେବାକୁ ତାଗିଦ କରିଛି ବିଏମସି । ଏହାସହ ଜୋରିମାନା ମଧ୍ୟ କରିଛି । ଯେପର୍ଯ୍ୟନ୍ତ ସ୍ବଚ୍ଛତା ପରିପାଳନ ନ କରିବ ଷ୍ଟୋର ସେ ପର୍ଯ୍ୟନ୍ତ ଖୋଲିପାରିବ ନାହିଁ ବୋଲି କୁହାଯାଇଛି । ତେଣୁ ସମୟସୀମା ଭିତରେ ସ୍ବଚ୍ଛତା ଉପରେ ଗୁରୁତ୍ବ ଦେଇ ଷ୍ଟୋରକୁ ପରିଷ୍କାର ରଖି ବ୍ୟବସାୟ କରିବାକୁ କୁହାଯାଇଛି ।