ପଳାଶୁଣୀ ମାନସ ହତ୍ୟାକାଣ୍ଡ ମାମଲାରେ ଗିରଫ ହେଲେ ୩ ଅଭିଯୁକ୍ତ, ଚାଲିଛି ଖୋଳତାଡ଼

ଭୁବନେଶ୍ୱର,ଏନ୍ଏନ୍ଏସ୍: ଗତ ମାର୍ଚ୍ଚ ମାସରେ ବିଏମ୍‌ସିର ଏକ ଅଳିଆ ପ୍ଲାଣ୍ଟରେ ଜଣେ ଯୁବକଙ୍କୁ ହତ୍ୟା କରି ଫୋପଡ଼ା ଯିବା ଘଟଣାରେ ଗିରଫ ହେଲେ ତିନି ଅଭିଯୁକ୍ତ । ମୃତ ଯୁବକଙ୍କ ନାଁ ମାନସ ହୋଇଥିବା ବେଳେ ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଥିଲା ପୁଲିସ ।

କିଏ ଓ କାହିଁକି ମାନସଙ୍କୁ ହତ୍ୟା କରିଥିଲା ତାହାର ଖିଅ ଖୋଜିଥିଲା ପୁଲିସ । ତେବେ ଆଜି ଏହି ଘଟଣାରେ ତିନି ଜଣଙ୍କୁ ଗିରଫ ନେଇ ଭୁବନେଶ୍ୱର ଡିସିପି ପ୍ରତୀକ ସିଂହଙ୍କ ସୂଚନା ଦେଇଛନ୍ତି ।

ପୁରୁଣା ଶତ୍ରତାକୁ ନେଇ ହତ୍ୟା କରିଥିବା ଜଣାପଡ଼ିଛି । ଏହି ଘଟଣାରେ ଆଉ କିଏ କିଏ ସାମିଲ ଅଛନ୍ତି ନା ଏହି ତିନି ଜଣ ହିଁ ଏହି ହତ୍ୟାକାଣ୍ଡରେ ସଂପୃକ୍ତି ଅଛନ୍ତି ସେନେଇ ଖୋଲତାଡ଼ କରୁଛି କମିସନରେଟ୍ ପୁଲିସ । ଖୁବ୍ ଶୀଘ୍ର ଆହୁରି ତଥ୍ୟ ସାମ୍ନାକୁ ଆସିବ।