ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଶୃଙ୍ଖଳା ପରିବାର ପକ୍ଷରୁ ଆଜି ବନ୍ଧବାହାଲ କଲ୍ୟାଣ ମଣ୍ଡପରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ଏହି ରକ୍ତଦାନ ଶିବିରରେ ୪୩ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇ ଜିଲ୍ଲା ରକ୍ତ ଭଣ୍ଡାରକୁ ହସ୍ତାନ୍ତର କରାଯାଇଛି। ଜିଲ୍ଲାରେ ରକ୍ତର ଅଭାବକୁ ଦୂର କରିବା ପାଇଁ କରୋନା କଟକଣାକୁ ଦୃଷ୍ଟିରେ ରଖି ଏହି ରକ୍ତଦାନ ଶିବିର ଅନୁଷ୍ଠିତ କରାଯାଇଥିଲା ବୋଲି ସଙ୍ଗଠନର ସଭାପତି ଭୀମ ତନ୍ତି କହିଛନ୍ତି। ଏହି ରକ୍ତଦାନ ଶିବିରରେ ଶୃଙ୍ଖଳା ପରିବାରର ସଭାପତି ଭୀମ ତନ୍ତୀ, ସମ୍ପାଦକ ଅନୀଲ ପ୍ରଧାନ, ଉପ ସମ୍ପାଦକ ଆଶିଷ ପ୍ରଧାନ, କୋଷାଧ୍ୟକ୍ଷ ତ୍ରୀନାଥ ସାହୁ, ପ୍ରେମ ରଞ୍ଜନ ଖମାରୀ, ସୁଶାନ୍ତ ପାଣ୍ଡେ, ସୁରେଶ ସିଂ ପ୍ରମୁଖଙ୍କସହ ଶୃଙ୍ଖଳା ପରିବାରର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।