ବାଲିଗୁଡ଼ା,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଓ ମିଲେଟସ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ୍ୱର ମାଝୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଦୀପ ପ୍ରଜ୍ଜଳନ କରି ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏଥିରେ ଅନ୍ୟ ଅତିଥିଙ୍କ ମଧ୍ୟରେ ଏବିଇଓ ବଳରାମ ବେହେରା, ବଂଶୀଧର ସାହୁ, ପ୍ରଭାକର ତ୍ରିପାଠୀ, ନୂଆସାହି ଉପ୍ରା ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ରେଣୁକା ବତୀ ସାହାଣୀଙ୍କ ସମେତ ବାଲିଗୁଡ଼ା ବ୍ଲକର ସମସ୍ତ ସିଆରସିସି ଓ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶିକ୍ଷୟିତ୍ରୀଗଣ ଉପସ୍ଥିତ ଥିଲେ । ଏହି ପ୍ରତିଯୋଗିତାରେ ବାଲିଗୁଡ଼ା ବ୍ଲକର ୧୬ ଟି କ୍ଲଷ୍ଟରରୁ ବିଭିନ୍ନ ବିଦ୍ୟାଳୟର ୪ର୍ଥ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୪୫୦ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଏଥିରେ ବହୁ ବରିଷ୍ଠ ଓ ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ବିଚାରକ ଭାବେ ଯୋଗଦାନ କରି କୃତି ପ୍ରତିଯୋଗୀଙ୍କୁ ନିର୍ବାଚିତ କରିଥିଲେ । ସନ୍ଧ୍ୟାକାଳୀନ ଉଦଯାପନୀ ଉତ୍ସବରେ ବାଲିଗୁଡ଼ା ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ୍ୱର ମାଝୀଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବାଲିଗୁଡ଼ା ଏନଏସି ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ, ମୁଖ୍ୟବକ୍ତା ଭାବେ ବାଲିଗୁଡ଼ା ଥାନା ସବଇନ୍ସପେକ୍ଟର ସସ୍ମିତା ପ୍ରଧାନ, ସମ୍ମାନିତ ଅତିଥିଭାବେ ବଳରାମ ବେହେରା, ବଂଶୀଧର ସାହୁ, ରେଣୁକା ବତୀ ସାହାଣୀ ଓ ବିଦ୍ୟାଳୟର ସଭାପତି ପ୍ରମୁଖ ଉପସ୍ଥିତ ରହି କୃତି ପ୍ରତିଯୋଗୀଙ୍କୁ ମାନପତ୍ର ସହ ପୁରସ୍କାର ପ୍ରଦାନ କରିଥିଲେ । ପ୍ରତିଯୋଗିତାର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଶିଶିରକାନ୍ତ ଦାସ, ଦୟାନିଧି ମହାରଣା, ଅମରେନ୍ଦ୍ର ପ୍ରଧାନ, ଅମୂଲ୍ୟ କୁମାର ନାୟକ, ଗୌରୀଶଙ୍କର ପାଢ଼ୀ ଏବଂ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ସୂଚାରୁରୂପେ ପରିଚାଳନା କରିବାରେ ସହଯୋଗ କରିଥିଲେ ।