ସଇଁନ୍ତଲାରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ଅନୁଷ୍ଠିତ

ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ୍‌ ସ୍ଥାନୀୟ ଭିନ୍ନକ୍ଷମ ସ୍କୁଲ ପରିସରରେ ଆଜି ବ୍ଲକ୍‌ ସ୍ତରୀୟ ଶିଶୁ ମହୋତ୍ସବ-ସୁରଭି ୨୦୨୨ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉଦଘାଟିତ ଉତ୍ସବରେ ଧନେଶ୍ୱର ଦାସ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ। ଏହି ଅବସରରେ ପୂର୍ବତନ ବିଆରସିସି ତପନ କୁମାର ଦାଶଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ଲକ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ଭୋଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ମହାଦେବ ମିଶ୍ର ସମ୍ମାନିତ ଅତିଥି, କନ୍ୟା ଆଶ୍ରମ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ନିବେଦିତା ହୋତା ମୁଖ୍ୟବକ୍ତା ଭାବେ ଯୋଗଦେଇ ଥିଲେ। ବିଆରସିସି ନାରାୟଣ ଭୋଇ କାର୍ଯ୍ୟକ୍ରମ ଉଦ୍ଦେଶ୍ୟରେ ଜ୍ଞାପନ କରିଥିବା ବେଳେ ଜିଲ୍ଲା ଶିକ୍ଷକ ସଂଘ ଜେନେରାଲ ସମ୍ପାଦକ ପ୍ରକାଶ କୁମାର ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲେ। ଶେଷରେ କ୍ଷେତ୍ରପତି ଜାଲ ଧନ୍ୟବାଦ ଅର୍ପଣ କରିଥିଲେ।

ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ମାନେ ନୃତ୍ୟ, ଗୀତ, ଚିତ୍ର ଅଙ୍କନ ଭଳି ଅନେକ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ୩୦୦ ଜଣ ଛାତ୍ରଛାତ୍ରୀ ମାନେ ଏହି ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବରେ ଭାଗ ନେଇଥିଲେ। ଉଦଯାପନୀ ଉତ୍ସବରେ ବ୍ଲକ ଶିକ୍ଷାଧିକାରୀ ଗୋବର୍ଦ୍ଧନ ଭୋଇ, ବିଆରସିସି ନାରାୟଣ ଭୋଇ, ଏବିଇଓ ମହାଦେବ ମିଶ୍ର, ପୂର୍ବତନ ବିଆରସିସି ତପନ କୁମାର ଦାଶ, ଯୁବ ସାମ୍ବାଦିକ ଅଜିତ କୁମାର ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ବିଜେତା ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ। ତରୁଣ କୁମ୍ଭାର ମଞ୍ଚ ପରିଚାଳନା କରିଥିଲେ।

ଏହି କାର୍ଯ୍ୟକ୍ରମରେ ଅନନ୍ତ ବଗର୍ତ୍ତି, ବିନୋଦ ନାଗ, ନାରାୟଣ ଜାଲ, ସୁହାସିନୀ ମିଶ୍ର, କ୍ଷୀର ସିନ୍ଧୁ ମହାନନ୍ଦ, ସରୋଜ ବୈଠାରୁ, ପ୍ରବୀଣ ମଲ୍ଲିକ, କ୍ଷେତ୍ରପତି ଜାଲ, ଆଦିତ୍ୟ ରଣା, ସନ୍ତୋଷ ଗୁପ୍ତା, ରିନୁ ସାହୁ, ହରିଣ ମୟୀ ପୃଷେଠ, ଜୟଶଙ୍କର ଶତପଥୀ, ଚିନ୍ତାମଣି ସାହୁ, ଗଣେଶ ତାଣ୍ଡି, ମନଧର ଦୀପ, ରବିଶଙ୍କର ତ୍ରିପାଠୀ, ଶେଷଦେବ ପଧାନ, ଅଜୟ ଖୁଣ୍ଟିଆ, ଶୁଭ୍ରାଂଶୁ ନାଏକ, ପ୍ରମୋଦ ବୁଡେକ ପ୍ରମୁଖ ଉପସ୍ଥିତ ଥିଲେ।