ରିଆମାଳ,ଏନ୍ଏନ୍ଏସ୍: ରିଆମଳ ଦୁର୍ଗାମଣ୍ଡପ ଠାରେ ଆଜି ରିଆମାଳ ବ୍ଲକ୍ ସ୍ତରୀୟ ଚାଷୀ ସମ୍ମଳନୀ ଓ ଚଳିତ ବର୍ଷର ନୂତନ କର୍ମକର୍ତ୍ତା ଚୟନ ଅନୁଷ୍ଠିତ ହୋଇଯାଇଅଛି। ଦେବଗଡ଼ ଜିଲ୍ଲା ଚାଷୀ ସଙ୍ଗଠନର ସଭାପତି ପ୍ରମୋଦ କୁମାର ଝାଙ୍କର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଧାନମଣ୍ଡି ଗୁଡିକରେ ୩ କେଜିରୁ ୪ କେଜି କଟନୀ ଛଟନୀ ହେଉଥିବାରୁ ଦେବଗଡ଼ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ଦାୟୀ କରିବା ସହିତ ଚାଷୀ ମାନଙ୍କର ବିଭିନ୍ନ ସମସ୍ୟା ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ।
ସମାଜସେବୀ ଇଂ. ଚିତ୍ତ ରଞ୍ଜନ ପ୍ରଧାନ, ଜିଲ୍ଲା ଉପଦେଷ୍ଟା ସଦସ୍ୟ ଅରୁଣ କୁମାର ସାହୁ, ଜିଲ୍ଲା ଉପସଭାପତି ଗୁରୁଚରଣ ସାହୁ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ସନ୍ତୋଷ କୁମାର ସାହୁ, ଜିଲ୍ଲା ଯୁଗ୍ମ ସମ୍ପାଦକ ହୀରାଧର ସାହୁ, ପୂର୍ବତନ ସରପଞ୍ଚ ରସାନନ୍ଦ ବିଶ୍ୱାଳ ଓ ଜିଲ୍ଲା ଉପଦେଷ୍ଟା ସଦସ୍ୟ ବରୋଦା ପ୍ରସାଦ ଦେବ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲା ଉପଦେଷ୍ଟା ସଦସ୍ୟ ଜନାର୍ଦ୍ଦନ ପ୍ରଧାନ ସଂଯୋଜନା କରିଥିଲେ। ଶିକ୍ଷାବିତ ରମାକାନ୍ତ ପ୍ରଧାନ ସଭାପତିତ୍ୱ କରିଥିଲେ।
ଅପରପକ୍ଷରେ ଆଜି ଚାଷୀ ସଂଗଠନ ପକ୍ଷରୁ ରିଆମାଳ ବ୍ଲକର ନୂତନ କର୍ମକର୍ତ୍ତା ଚୟନ ସର୍ବସମ୍ମତି କ୍ରମେ ହୋଇଥିବା ବେଳେ ସଭାପତି-ହୃଷୀକେଶ ପ୍ରଧାନ, ସମ୍ପାଦକ-ଯୋଗେଶ୍ୱର ବିଶ୍ୱାଳ, କୋଷାଧ୍ୟକ୍ଷ ପବିତ୍ର ମୋହନ ନାୟକ ଓ ଭୁବନେଶ୍ୱର ସାମଲ, ଭକ୍ତବନ୍ଧୁ ପ୍ରଧାନଙ୍କୁ ଉପସଭାପତି ଭାବେ ମନୋନିତ ହୋଇଥିଲେ।ହରିଶ୍ଚନ୍ଦ୍ର ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ। ରିଆମାଳ ବ୍ଲକର ୨୬ ପଞ୍ଚାୟତରୁ ୩ ଶହରୁ ଊର୍ଦ୍ଧ୍ୱ ଚାଷୀ ଯୋଗ ଦେଇଥିଲେ।