Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ବ୍ଲକସ୍ତରୀୟ ୨ ଦିବସୀୟ ଆଦିବାସୀ କ୍ରୀଡ଼ା -୨୦୨୩ ଉଦଘାଟିତ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ବ୍ଲକସ୍ତରୀୟ ୨ ଦିବସୀୟ ଆଦିବାସୀ କ୍ରୀଡ଼ା -୨୦୨୩ ଉଦଘାଟିତ

ମୁନିଗୁଡ଼ା,ଏନ୍‌ଏନ୍‌ଏସ୍‌: ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ ଅନ୍ତର୍ଗତ ମୁନିଖୋଲ ଖେଳ ପଡ଼ିଆରେ ବ୍ଲକସ୍ତରୀୟ ୨ ଦିନିଆ ଆଦିବାସୀ କ୍ରୀଡ଼ା – ୨୦୨୩ ଉଦଘାଟିତ ହୋଇଯାଇଛି । ଅନୁସୂଚିତ ଜନଜାତି, ଜାତି ଉନ୍ନୟନ, ପଛୁଆ ବର୍ଗ, ସଂଖ୍ୟାଲଘୁ କଲ୍ୟାଣ ବିଭାଗ ଓ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଆନୁକୁଲ୍ୟରେ ମୁନିଗୁଡ଼ା ଗୋଷ୍ଠୀ ଅନୁସୂଚିତ ଜାତି ଜନଜାତି କଲ୍ୟାଣ ବିଭାଗ ଅଧିକାରୀ କୃଷ୍ଣଚନ୍ଦ୍ର ବେହେରାଙ୍କ ସଂଯୋଜନାରେ ଆୟୋଜିତ ଏହି ଦ୍ୱି-ଦିବସୀୟ ଶୀତକାଳୀନ କ୍ରୀଡ଼ା ଉତ୍ସବରେ ମୁଖ୍ୟଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷା ଦୁଃଖିନୀ ନୁଣ୍ଡରୁକା, ସମ୍ମାନିତ ଅତିଥିରୂପେ ପାତ୍ରଗୁଡ଼ା ସରପଞ୍ଚ ଅନନ୍ତ ନୁଣ୍ଡରୁକା, ତେଲେଙ୍ଗା ପଦର ସରପଞ୍ଚ ଉପେନ୍ଦ୍ର ଶିକକା, ସମିତି ସଭ୍ୟ ଅନଙ୍ଗ ନାଗ, ଘମଟଗୁଡ଼ା ସରପଞ୍ଚ ଅନନ୍ତ ନନ୍ଦ୍ରୁକା, ଶିବାପଦର ସରପଞ୍ଚ ପ୍ରକାଶ କରସିକା, ଆଗୂଳ ସମିତି ସଭ୍ୟ ସୁବାସ ପ୍ରାସ୍କା, ପୂର୍ବତନ ସରପଞ୍ଚ ଗୌରାଙ୍ଗ ପିଡ଼ିକାକା ଓ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ସଦସ୍ୟ ଭରତ ଭୋଇ ପ୍ରମୁଖ ଯୋଗଦେଇ ଆନୁଷ୍ଠାନିକ ରୂପେ ଆଦିବାସୀ କ୍ରୀଡ଼ା – ୨୦୨୩କୁ ଉଦଘାଟନ କରିଥିଲେ । ବ୍ଲକସ୍ତରୀୟ ଏହି ୨ ଦିନିଆ ଆଦିବାସୀ କ୍ରୀଡ଼ା ମହୋତ୍ସବରେ ବାଳକ ଓ ବାଳିକା ବର୍ଗରେ କ୍ରୀଡ଼ା ନିରୂପଣ କରାଯାଇଛି । ବାଳକଙ୍କ କ୍ରିକେଟ ପାଇଁ ୧୨ଟି ଦଳ ଓ ଭଲିବଲ ପ୍ରତିଯୋଗିତା ପାଇଁ ୮ଟି ଦଳ ଭାଗ ନେଇଥିବାବେଳେ ବାଳିକାଙ୍କ ପାଇଁ ବ୍ୟାଡମିଣ୍ଟନ ଓ ଖୋକ ଇତ୍ୟାଦି ପ୍ରତିଯୋଗିତାର ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି । ମୁନିଗୁଡ଼ା ବ୍ଲକର ୧୭ଟି ପଞ୍ଚାୟତର ଉଦୀୟମାନ ଖେଳାଳିମାନେ ଏହି କ୍ରୀଡ଼ା ମହାକୁମ୍ଭରେ ନିଜ ନିଜର ଦକ୍ଷତା ପ୍ରଦର୍ଶନ କରିବାର ସୁଯୋଗ ପାଇବା ସହ ଜିଲ୍ଲା ଓ ରାଜ୍ୟ ପାଇଁ ଅନେକ ସମ୍ଭାବନା ସୃଷ୍ଟି କରିବେ । କ୍ରୀଡ଼ା ଶିକ୍ଷକ ମନୋଜ ପାଢ଼ୀ, ସୁଶ୍ରୀ ପ୍ରଭାତୀ ଟୁଙ୍ଗୋ, ସଞ୍ଜୀବ କାଡ଼୍ରାକା, ଜାଜ୍ଞସ ଶେଖର ଜେନା ଓ ସୁଧାଂଶୁ ଦାସ ପ୍ରମୁଖ କ୍ରୀଡ଼ା ପରିଚାଳନା କରିଥିଲେ । ଗତକାଲି ଅନ୍ତିମ ଦିବସରେ ସମସ୍ତ କ୍ରୀଡ଼ା ଓ କ୍ରୀଡ଼ାବିତଙ୍କ ନିର୍ଣ୍ଣାୟକ ଫଳାଫଳ ସାଧାରଣରେ ପ୍ରକାଶ ପାଇବ ।