ସଂକ୍ରମିତ ଅଞ୍ଚଳରେ ବିଶୋଧନ କାର୍ଯ୍ୟରେ ସାମିଲ ହେଲେ ବ୍ଲକ୍ ଉପାଧ୍ୟକ୍ଷା

ପାଟଣା,ଏନ୍ଏନ୍ଏସ୍: କରୋନା ଆକ୍ରାନ୍ତଙ୍କ ସଙ୍ଖ୍ୟା ହୁ ହୁ ହୋଇ ବଢି ଚାଲିଥିବା ବେଳେ ସଂକ୍ରମିତ ଅଞ୍ଚଳକୁ ବିଶୋଧନ କାର୍ଯ୍ୟ ଜୋରଦାର ଚାଲିଛି। କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ଅଞ୍ଚଳରେ ସ୍ଥାନୀୟ ସଂକ୍ରମଣ ଦିନ କୁ ଦିନ ବୃଦ୍ଧି ପାଉଥିବା ବେଳେ ଏହାକୁ ରୋକିବା ପାଇଁ ବିଭିନ୍ନ ଜନ ଗହଳି ସ୍ଥାନ ବିଶୋଧନ କରାଯାଇଛି । ବୁଧବାର ସାହାରପଡା ବ୍ଲକ ଉପାଧ୍ୟକ୍ଷା କିରଣ ବାଳା ସିଂ ଙ୍କ ନେତୃତ୍ୱରେ ସାହାରପଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲମ୍ବୋଦର ଖୁଣ୍ଟିଆଙ୍କ ନିର୍ଦ୍ଦେଶ କ୍ରମେ ଅଗ୍ନିଶମ ବିଭାଗ ଦ୍ୱାରା ସାହାରପଡା ପଞ୍ଚାୟତ, ଷ୍ଟେଟ୍ ବ୍ୟାଙ୍କ ସମେତ ଗହଳି ସ୍ଥାନ ଗୁଡିକୁ ବିଶୋଧନ କରାଯାଇଛି । ଏଥିସହ ସାହାରପଡା ବ୍ଲକ ଉପାଧ୍ୟକ୍ଷା କିରଣବାଳା ସିଂ ଲୋକଙ୍କୁ କରୋନା ଉପରେ ସଚେତନତା କରାଇବା ସହ ସରକାର ଙ୍କ ନିୟମ ମାନିବାକୁ ଅନୁରୋଧ କରିଛନ୍ତି।