ଟ୍ରେନରେ ବିସ୍ଫୋରଣ, ୬ ସିଆରପିଏଫ ଯବାନ ଆହତ

ରାୟପୁର,ଏଜେନ୍ସି: ଛତିଶଗଡର ରାଜଧାନୀ ରାୟପୁର ରେଳ ଷ୍ଟେସନରେ ବିସ୍ଫୋରଣ। ଷ୍ଟେସନରେ ଥିବା ଏକ ଟ୍ରେନରେ ବିସ୍ଫୋରଣ ହୋଇଛି। ଏଥିରେ ୬ ସିଆରପିଏଫ ଯବାନ ଆହତ ହୋଇଛନ୍ତି । ଶନିବାର ସକାଳ ୬ଟାରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି।

ସୂଚନାନୁସାରେ, ସିଆରପିଏଫର ୨୧୧ ବି ବାଟାଲିୟନର ଯବାନମାନେ ଏକ ସ୍ୱତନ୍ତ୍ର ଟ୍ରେନରେ ଜମ୍ମୁ-କଶ୍ମୀର ଯାଉଥିଲେ। ସେହି ସମୟରେ ବଗିରେ ଗ୍ରେନେଡ୍ ବିସ୍ଫୋରଣ ହୋଇଥିଲା। ଗ୍ରେନେଡକୁ ଟ୍ରେନ ବଗିରେ ରଖାଯାଉଥିଲା। ଏଥିରେ ଜଣେ ସିଆରପିଏଫ ହାବିଲଦାର ଗୁରୁତର ହୋଇଛନ୍ତି। ଅନ୍ୟ ୫ ଜଣ ମଧ୍ୟ ଆହତ ହୋଇଛନ୍ତି।

ଘଟଣାସ୍ଥଳରେ ସିଆରପିଏଫର ବରିଷ୍ଠ ଅଧିକାରୀ ଓ ସ୍ଥାନୀୟ ପୋଲିସ ଅଧିକାରୀ ପହଁଚିଛନ୍ତି। ଘଟଣାର ତଦନ୍ତ ଆମ୍ଭ ହୋଇଥିବା ସୂଚନା ମିଳିଛି।