ଜମ୍ମୁ କଶ୍ମୀର: ଶୋପିଆରେ ଭଡ଼ା ଗାଡ଼ିର ଫାଟିଲା ବ୍ୟାଟେରି, ୩ ଯବାନ ଆହତ

ଶ୍ରୀନଗର,ଏଜେନ୍ସି: ଜମ୍ମୁ କଶ୍ମୀରର ଶୋପିଆରେ ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ସୁରକ୍ଷା ବାହିନୀର ୩ ଜଣ ଯବାନ ଆହତ ହୋଇଛନ୍ତି। ଆହତ ଯବାନମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହ ବିସ୍ଫୋରଣ ଏକ ଭଡା ଗାଡ଼ିରେ ହୋଇଛି। ତେବେ ଘଟଣାର ତଦନ୍ତ ଜାରିଥିବା ବେଳେ ଫରେନସିକ ଟିମ ପହଞ୍ଚିଲା ପରେ ଅଧିକ ତଥ୍ୟ ଜଣାପଡ଼ିବ। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଗାଡ଼ିର ବ୍ୟାଟେରି ବିସ୍ଫୋରଣ ହୋଇଥିଲା।

କଶ୍ମୀରର ଆଇଜିପି ବିଜୟ କୁମାର କହିଛନ୍ତି ଯେ, ଏହା ବ୍ୟାଟେରି ବିସ୍ଫୋରଣ ହୋଇଥିଲା। ଏହାର ଅର୍ଥ ବ୍ୟାଟେରି ଫାଟିଥିଲା। କିନ୍ତୁ ବାହନରେ ପୂର୍ବରୁ ଆଇଡି ମଧ୍ୟ ରଖାଯାଇଥାଇପାରେ।