ପୁଣି ବିସ୍ଫୋରଣ: ଥରିଲା ଆଫଗାନିସ୍ତାନ

  • କାବୁଲ: ପୁଣି ଭୟଙ୍କର ବୋମା ବର୍ଷଣରେ ଥରିଲା କାବୁଲ। ରବିବାର ବିମାନବନ୍ଦର ବାହାରେ ଏହି ବିସ୍ଫୋରଣ ହୋଇଛି। ଖାଜେହ ବଘ୍ରା ଅଞ୍ଚଳ ନିକଟସ୍ଥ ଗୁଲାଇ ଅଞ୍ଚଳରେ ଥିବା ଏକ ଘରେ ରକେଟ୍ ମାଡ଼ ହେବା ପରେ ଏହି ଭୟଙ୍କର ବିସ୍ଫୋରଣ ହୋଇଥିଲା ବୋଲି ପ୍ରତ୍ୟକ୍ଷଦର୍ଶୀମାନେ ସୂଚନା ଦେଇଛନ୍ତି। ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ଏକ ଭିଡିଓରେ ବୋମା ବିସ୍ଫୋରଣ ହୋଇଥିବା ସ୍ଥଳରେ ପ୍ରବଳ କଳା ଧୂଆଁ ଆକାଶକୁ ଆଚ୍ଛାଦିତ କରୁଥିବାର ଦେଖାଯାଉଛି। ମିଳିଥିବା ସୂଚନା ଅନୁସାରେ, ବିସ୍ଫୋରଣ ପରେ ଘଟଣାସ୍ଥଳରେ ଲୋକମାନେ ଭୟଭୀତ ହୋଇ ଦୌଡ଼ିବାକୁ ଲାଗିଥିଲେ।