ବାଲେଶ୍ୱର, ଏନଏନଏସ୍ : ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ତଥା କମର୍ଦ୍ଦା ଥାନା ଅଂଚଳରେ ବୁଧବାର ଏକ ଅଭାବନୀୟ ଘଟଣା ଦେଖଽାକୁ ମିଳିଛି। ଯାହାର ଏକ ଭଡିଓ ସୋସିଆଲ ମିଡିରେ ଭାଇରାଲ ହେବାରେ ଲାଗିଛି। ଏବଂ ସେହି ଭିଡିଓରେ ଜଣେ ୭ବର୍ଷର ବାଳକକୁ ଜଣେ ମହିଳା ଏବଂ ଅନ୍ୟଜଣେ ଗୁଣିଆ ଭୁତ ଲାଗିଛି ବୋଲି କହି ରାସ୍ତାରେ ମାଡ଼ ମାରିବା ସହ ଜୋତା କାମୁଡ଼େଇ ଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଯାହାକି ଏବେ ଏହି ଘଟାଣା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି। ଅନ୍ୟପଟେ କେହି ଜଣେ ବ୍ୟକ୍ତି ଏହି ଘଟଣାର ଭିଡିଓକୁ ଉତୋଳନ କରି ଏହାକୁ ଭାଇରାଲ କରିଛି। ଫଳରେ ଏହି ଘଟଣାକୁ ନେଇ ଏବେ ବି ଜିଲ୍ଲାରେ ଅନ୍ଧବିଶ୍ୱାସ ଲାଗି ରହିଛି ତାହାର ଏକ ବଳିଷ୍ଠ ପ୍ରମାଣ ଦେଖିବାକୁ ମିଳିଛି। ଅନ୍ୟପଟେ ଏନେଇ ପୁଲିସ ବର୍ତମାନ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଜଣାଯାଇଛି।
ସୂଚନା ଅନୁଯାୟୀ, ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ତଥା କମର୍ଦ୍ଦା ଥାନା ଅର୍ନ୍ତଗତ ମହାଗବ ଗ୍ରାମର ନିତାଇ ସାମଲଙ୍କର ୭ବର୍ଷର ପୁଅକୁ ଦୀର୍ଘ ଦିନ ହେବ ଜ୍ୱର ହେଉଥିଲା। କୌଣସି ପ୍ରକାରରେ ବି ଏହି ଜ୍ୱର ଛାଡୁ ନଥିଲା। ତେବେ ଘର ଲୋକେ ତାଙ୍କୁ ବୁଧବାର ରାଣୀଗୁଡା ଗ୍ରାମରରେ ଥିବା ମନସା ମନ୍ଦିରକୁ ଝାଡି ଦେବାପ।ଇଁ ନେଇଯାଇଥିଲେ। ଏହି ମନ୍ଦିରକୁ ଆସି ଲୋକେ ଝୁଣା ନେଲେ ସେମାନଙ୍କର ଜ୍ୱର ଭଲ ହୋଇଯାଏ ବୋଲି ଲୋକଙ୍କ ବିଶ୍ୱାସ ରହିଛି।
ଏହାକୁ ଆଧାର କରି ନିତାଇ ତାଙ୍କର ପରିବାର ସହ ୭ବର୍ଷର ପୁଅକୁ ମନ୍ଦିରକୁ ଆଣି ଥିଲେ। ହେଲେ ସେଠାକାର ପୂଜକ ଅଜୟ ରାଉଳ ଉକ୍ତ ବାଳକକୁ ଭୂତ ଲାଗିଛି ବୋଲି କହିଥିଲେ। ଏପରିକି ତାଙ୍କ ପତ୍ନୀ ମଧ୍ୟ ଝଡାଫୁଙ୍କା କରନ୍ତି। ତେବେ ଉକ୍ତ ୭ବର୍ଷର ବାଳକୁ ମନ୍ଦିର ଠାରୁ କିଛି ବାଟ ନେଇ ତାଙ୍କର ଚିକିତ୍ସା କରାଇ ଭୂତକୁ ବାହାର କରିବା ପାଇଁ ପରିବାର ଲୋକଙ୍କୁ କହିଥିଲେ। ବାଳକର ବାପା ନିତାଇ ଏଥିରେ ସମ୍ମତି ମଧ୍ୟ ପ୍ରଦାନ କରିଥିଲେ। ଏଣୁ ଗୁଣିଆ ଅଜୟ ଏବଂ ତାଙ୍କ ପତ୍ନୀ ତାଙ୍କୁ ମନ୍ଦିର ଠାରୁ କିଛି ଦୂରରେ ଥିବା ରାସ୍ତାକଡ଼ର ଏକ ନିଛାଟିଆ ସ୍ଥାନକୁ ନେଇ ଆସିଥିଲେ।
