ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲା ବିଜେଡି ପକ୍ଷରୁ ବାରକୋଟ ବ୍ଲକ ଅନ୍ତର୍ଗତ ବାହାଡାପୋଷି ଗ୍ରାମ ଠାରେ ଆଜି ଏକ ଜୋନ ସ୍ତରୀୟ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଓ ମିଶ୍ରଣ ପର୍ବ ଆନୁଷ୍ଠିତ ହୋଇଯାଇଛି। ଜିଲ୍ଲା ବିଜେଡି ସଭାପତି ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜେଡି ଦେବଗଡ଼ ଜିଲ୍ଲା ପର୍ୟ୍ୟବେକ୍ଷକ ତଥା ଶ୍ରମ ଓ ନିୟୋଜନ ତଥା ପୂର୍ତ୍ତ ବିଭାଗ ମନ୍ତ୍ରୀ ସୁଶାନ୍ତ ସିଂ ଯୋଗଦେଇ ବିଜୁ ପଟ୍ଟନାୟକଙ୍କ ଫଟୋ ଚିତ୍ରରେ ପ୍ରଦୀପ ପ୍ରଜ୍ବଳନ ସହ ପୁଷ୍ପ ମାଲ୍ୟ ଅର୍ପଣ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଆଗାମୀ ପଞ୍ଚାୟତ ନିର୍ବାଚନରେ ଦେବଗଡ଼ ଜିଲ୍ଲାର ସମସ୍ତ ଆସନରେ ବିଜୁ ଜନତା ଦଳର ପ୍ରାର୍ଥୀଙ୍କୁ ବିଜୟ କରାଇବା ସହ ଅଞ୍ଚଳର ବିକାଶ ପାଇଁ ଶପଥ ନେବାକୁ ଆହ୍ୱାନ ଦେଇଥିଲେ।
ଏହି ମିଶ୍ରଣ ପର୍ବରେ ବାରକୋଟ ବ୍ଲକର ୨ ଜଣ ପୂର୍ବତନ ଅଧ୍ୟକ୍ଷଙ୍କ ସମେତ ୨୨ଟି ପଞ୍ଚାୟତରୁ ଶତାଧିକ ବିଜେପି ଓ କଂଗ୍ରେସ ଦଳର ମହିଳା ଓ ପୁରୁଷ କର୍ମୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜୁ ଜନତା ଦଳରେ ସାମିଲ ହୋଇଥିଲେ। ବିଭିନ୍ନ ଦଳ ଛାଡି ବିଜୁ ଜନତା ଦଳରେ ତୃଣମୁଳ ସ୍ତରର ନେତୃ ବୃନ୍ଦ ନିଜ କର୍ମୀଙ୍କ ସହ ସାମିଲ ହୋଇଥିବାରୁ ମନ୍ତ୍ରୀ ଶ୍ରୀ ସିଂ ଧନ୍ୟବାଦ ଦେବାସହ ଦେବଗଡ଼ ଜିଲ୍ଲାରେ ବିଜେଡି ଆହୁରି ଅଧିକ ମଜଭୁତ ହୋଇଥିବା ଏବଂ ଆଗାମୀ ପଞ୍ଚାୟତ ନିର୍ବାଚନରେ ଦଳ ସମସ୍ତ ଆସନ ବିଜେଡି ହାତକୁ ଆସିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଇଂ ସୁଜିତ ପ୍ରଧାନ, ଜିଲ୍ଲା ବିଜୁ କୃଷକ ମୋର୍ଚ୍ଚା ସଭାପତି ଇଂ ଚିତ୍ତରଞ୍ଜନ ପ୍ରଧାନ, ପୂର୍ବତନ ବାରକୋଟ ବ୍ଲକ ସଭାପତି ଦେବେନ୍ଦ୍ର କୁମାର ବେହେରା, ଏସଡିସିସି ବ୍ୟାଙ୍କ ପୂର୍ବତନ ସଭାପତି ଅମରେନ୍ଦ୍ର ଗଙ୍ଗଦେବ, ମହିଳା ବିଜେଡି ସଭାପତି ଅରୁଣି ପ୍ରଧାନ, ନଗର ସଭାପତି ଶୁକଦେବ ଭଞ୍ଜ, ଯୁବ ବିଜେଡି ସଭାପତି ପ୍ରତାପ କୁମାର ଦେବ, ଆଇନଜୀ କାମାକ୍ଷା ପ୍ରାସାଦ ଗଙ୍ଗଦେବ, ତନୁ ଚନ୍ଦ୍ର ପାତ୍ର, ତିଳେଇବଣି ବ୍ଲକ ସଭାପତି ବାବୁଲାଲ ପୃସେଠ, ବାରକୋଟ ବ୍ଲକ ସଭାପତି ହୀରାଧର ସାହୁଙ୍କ ସମେତ ବହୁ ଦଳୀୟ ପଦାଧିକାରୀ ଉପସ୍ଥିତ ଥିଲେ।