ୟୁଟ୍ୟୁବ ଭିଡିଓରେ ଆସୁଛି ଡିସଲାଇକ, ଅପସନ ହଟାଇଲା ବିଜେପି

ନୂଆଦିଲ୍ଲୀ, ଏଜେନ୍ସି : ୟୁଟ୍ୟୁବରେ ବିଜେପିର ଲୋକପ୍ରିୟତା କମୁଛି। ଅଫିସିଆଲ ୟୁଟ୍ୟୁବ ଚ୍ୟାନେଲରୁ ଏହା ଜଣାପଡ଼ିଛି। ଫଳରେ ବିଜେପି ପକ୍ଷରୁ ଏହାର ଅପସନକୁ ହଟାଇ ଦିଆଯାଇଥିବା ଜଣାପଡିଛି। ସୂଚନାଥାଉକି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ସନ୍ଧ୍ୟା ୬ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିଥିଲେ। କୋଭିଡ ନିୟମ ପାଳନ କରିବା ଓ ସତର୍କ ରହିବାକୁ ମୋଦୀ ଅନୁରୋଧ କରିଥିଲେ। ମାତ୍ର ୟୁଜରଙ୍କ ଅଭିଯୋଗ ଅନୁସାରେ ଭିଡ଼ିଓ ଉପରେ ଲାଇକ ତୁଳନାରେ ଡିସଲାଇ ଅଧିକ ମିଳିଲା। ସଙ୍ଗେସଙ୍ଗେ ଲାଇକ-ଡିସଲାଇକ ଅପସନ ବନ୍ଦ କରି ଦିଆଗଲା। ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ ଥିଲା ୧୨ ମିନିଟ ପର୍ଯ୍ୟନ୍ତ । ଏହାର ଲାଇଭ ପ୍ରସାରଣ ଭିଡିଓରେ ଦ୍ରୁତ ଭାବେ ଡିସଲାଇକ ଦେଖିବାକୁ ମିଳିବାରୁ ଏହାର ଅପସନ ହଟାଇ ଦିଆଗଲା। ଏହା ପରେ ଭାଷଣର ତିନିଟି ଅନ୍ୟ କ୍ଲିପ୍ସକୁ ଅପଲୋଡ କରାଗଲା ସେଥିରେ ମଧ୍ୟ ଡିସଲାଇକ ଅଧିକ ମିଳିଲା।