ଦେଓଗାଁ,ଏନ୍ଏନ୍ଏସ୍: ରାଜ୍ୟ ବିଜେପିର ଏକ ପ୍ରତିନିଧି ଦଳ ଗୁରୁବାର ଅପରାହ୍ନରେ ଦେଓଗାଁ ବ୍ଲକ ମରୁଡ଼ି ଅଞ୍ଚଳକୁ ପରିଦର୍ଶନ କରିଛନ୍ତି। ଏହି ପ୍ରତିନିଧି ଦଳରେ ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂହଦେଓ, ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ମନମୋହନ ସାମଲ, ପୂର୍ବ ବିଧାୟକ ରାମ ରଞ୍ଜନ ବଳିଆର ସିଂ, ବିଜେପି ରାଜ୍ୟ ପ୍ରବକ୍ତା ବିରଞ୍ଚି ସାମଲ, ଜିଲ୍ଲା କୃଷକ ମୋର୍ଚ୍ଚ ସଭାପତି ମାଧବ ସାଏ ଓ ଜିଲ୍ଲା ସଭାପତି ଶିବାଜୀ ମହାନ୍ତି ଉପସ୍ଥିତ ଥିଲେ। ଉପରୋକ୍ତ ବିଜେପି ପ୍ରତିନିଧି ରାମଚନ୍ଦ୍ରପୁର ଓ ଦେଷଣ୍ଡ ଗାଁର ଚାଷୀଙ୍କୁ ଭେଟି ଚଳିତ ବର୍ଷ ହୋଇଥିବା ଚାଷ ଓ ମରୁଡ଼ି କ୍ଷୟକ୍ଷତି ବିଷୟରେ ଆଲୋଚନା କରିଥିଲେ। ବଲାଙ୍ଗୀର ଜିଲ୍ଲାରେ ଜଳସେଚନ ଅଭାବରୁ ମରୁଡ଼ିର ଭୟାବହ ସ୍ଥିତି ଦେଖାଦେଇଛି। ସରକାର ମରୁଡ଼ି ଘୋଷଣା ନକଲେ ଅଗାମୀ ଦିନରେ ଏକ ବଡ଼ ଧରଣର ଆନ୍ଦୋଳନ କରାଯିବ ବୋଲି ପୂର୍ବ ମନ୍ତ୍ରୀ ଶ୍ରୀ ସାମଲ କହିଥିଲେ। ଏହି ପରିଦର୍ଶନ ସମୟରେ ସାଂସଦ ପ୍ରତିନିଧି ଅମିତ ସିଂ ନିନା, ଜିଲ୍ଲା ଯୁବ ମୋର୍ଚ୍ଚା ଉପସଭାପତି ଭୋଳାନାଥ ସାହୁ, ବନ୍ଧପଡ଼ା ମଣ୍ଡଳ ସଭାପତି ବାସୁଦେବ ସିଂନିନା, ଶଶୀ ପାଣିଗ୍ରାହୀ, ସୁରେସ ଭୋଇଙ୍କ ସହ ଶତାଧିକ ଚାଷୀ ଓ ବିଜେପି କର୍ମୀ ଉପସ୍ଥିତ ରହି ପ୍ରତିନିଧି ଦଳ ସହ ଆଲୋଚନା କରିଥିଲେ।