ବିଜେପିକୁ ଭାଗ ଭାଗ କରିବାକୁ ନବୀନ ନିବାସରୁ ହୋଇଛି ଷଡଯନ୍ତ୍ର

ଭୁବନେଶ୍ୱର,ଏନ୍ଏନ୍ଏସ୍: ବିଜେପିକୁ ବରଗଡରେ ଭାଗ ଭାଗ କରିବାକୁ ନବୀନ ନିବାସରୁ ଷଡଯନ୍ତ୍ର କରାଯାଇଛି ବୋଲି ଅଭିଯୋଗ କରିଛନ୍ତି ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ । ବିଜେପି ରାଜ୍ୟ କାର୍ୟ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ଯେଉଁମାନେ ବିଜେପି ଟିକେଟରେ ନିର୍ବାଚିତ ହେବା ପରେ ବିଜେଡିରେ ସାମିଲ ହୋଇଛନ୍ତି । ସେମାନଙ୍କ ବିରୁଦ୍ଧରେ ଦଳବଦଳ ନିରୋଧୀ ଆଇନ ଲାଗୁ ହେବ ।

ଗତଥର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଦଳର ଜିଲ୍ଲା ପରିଷଦ ସଦସ୍ୟମାନଙ୍କୁ ଅନ୍ୟ ପାର୍ଟିରେ ସାମିଲ ହେବାକୁ ରୋକିବା ପାଇଁ ଏହି ନିୟମ ଆଣିଥିଲେ । ସେହି ନିୟମ ଏବେ ବିଜେପି ଛାଡି ବିଜେଡିରେ ସାମିଲ ହେଉଥିବା ଜିଲ୍ଲା ପରିଷଦ ସଦସ୍ୟଙ୍କ ବିରୁଦ୍ଧରେ ଲାଗୁ ହେବ ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ ବିଜେପି ପ୍ରତିନିଧିଦଳ ଏ ନେଇ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହେବ ।