ବିଜେପି ସାଂସଦ ପ୍ରଜ୍ଞା ଠାକୁରଙ୍କ ବିଗିଡ଼ିଲା ସ୍ୱାସ୍ଥ୍ୟବସ୍ଥା

ଭୋପାଳ: ବିଜେପି ସାଂସଦ ସାଧ୍ୱୀ ପ୍ରଜ୍ଞା ଠାକୁରଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ତାଙ୍କୁ ଚାର୍ଟର୍ଡ ପ୍ଲେନରେ ମୁମ୍ବାଇ ଅଣାଯାଇଛି।ଏଥିସହିତ ମୁମ୍ବାଇର କୋକିଲାବେନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପ୍ରଜ୍ଞାଙ୍କ ଅଫିସ ତରଫରୁ କୁହାଯାଇଛି ଯେ, ସାଂସଦଙ୍କୁ ଶ୍ୱାସକ୍ରିୟାରେ ସମସ୍ୟା ହେଉଥିଲା। ଶୁକ୍ରବାର ରକ୍ତଚାପ ବଢ଼ି ଯାଇଥିଲା।

ସୂଚନାଯୋଗ୍ୟ, ପୂର୍ବରୁ ଡାକ୍ତରଙ୍କ ପରାମର୍ଶକ୍ରମେ ପ୍ରଜ୍ଞାଙ୍କୁ ଫେବୃଆରୀ ୧୯ରେ ଦିଲ୍ଲୀସ୍ଥିତ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ନିୟମିତ ଯାଞ୍ଚ ନେଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ତାଙ୍କ ଅଫିସ ପକ୍ଷରୁ କୁହାଯାଇଛି।