ବିଜେପିର ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ

ଗୋଛାପଡ଼ା,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ ସଲାଗୁଡ଼ା ପଞ୍ଚାୟତ ଟକେରିଗୁଡ଼ା ଗ୍ରାମରେ ବିଜେପିର ଫିରିଙ୍ଗିଆ ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଉପସଭାପତି ରମେଶ ଚନ୍ଦ୍ର ମହାନ୍ତି ମୁଖ୍ୟ ଅତିଥିଭାବେ ଯୋଗଦେଇ ତୃଣମୂଳସ୍ତରରେ ଦଳକୁ ମଜୁଭୁତ ପାଇଁ ସବୁ ନେତା ଓ କର୍ମୀମାନେ ଏକଜୁଟ୍ ହୋଇ କାମ କରିବା ପାଇଁ ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଗୋଲକ ବିହାରୀ କହଁର, ମଣ୍ଡଳ ସଭାପତି ଗଣେଶ୍ୱର ସାହୁ, ପୁରୁଖା ନେତା ରୋହିତ କହଁର, ଯୁବନେତା ବିଶ୍ୱ ରଂଜନ ଦାସ, ଆଦିବାସୀ ନେତା ନାରଦ କହଁର ଓ ଅନ୍ୟମାନେ ଏଥିରେ ଯୋଗଦେଇ ଥିଲେ।