ନାଗରିକତା ସଂଶୋଧନ ଆଇନ ନାଗରିକତା ଦିଆଯିବାକୁ ବ୍ୟବସ୍ଥା ରହିଛି, କାହାର ନାଗରିକତା ଛଡ଼ାଇ ନିଆଯିବ ନାହିଁ : ରାଜ୍ୟ ସଭା ସାଂସଦ ରୂପା ଗାଙ୍ଗୁଲୀ

ମାଲକାନଗିରି,ଏନ୍ଏନ୍ଏସ୍ : ନାଗରିକତା ସଂଶୋଧନ ଆଇନରେ ପାକିସ୍ଥାନ, ବାଂଲାଦେଶ ଓ ଆଫଗାନିସ୍ଥାନରେ ପିଡ଼ିତ ସଂଖ୍ୟାଲଘୁମାନଙ୍କୁ ଭାରତରେ ନାଗରିକତା ଦିଆଯିବାକୁ ବ୍ୟବସ୍ଥା କରାଯାଇଛି। ଏଥିରେ କୌଣସି ଭାରତୀୟଙ୍କ ନାଗରିକତାକୁ ଛଡ଼ାଇ ନିଆଯିବ ନାହିଁ। ଏହି ଆଇନରେ ଯେଉଁ ହିନ୍ଦୁ , ଜୈନ, ଶିଖ, ବୌଦ୍ଧ, ପାର୍ସି ଓ ଖୀଷ୍ଟିଆନମାନେ ଗତ ୨୦୧୪ ମସିହା ଡିସେମ୍ବର ୩୧ ତାରିଖ ପୂର୍ବରୁ ଆସିଛନ୍ତି , ସେମାନଙ୍କୁ ନାଗରିକତା ଦିଆଯିବ କିନ୍ତୁ କଂଗ୍ରେସ ଓ ଅନ୍ୟାନ୍ୟ ଦଳମାନଙ୍କ ଦ୍ୱାରା ଗୁଜବ ସୃଷ୍ଟି କରି ଦେଶରେ ଅରାଜଗତା ସୃଷ୍ଟି ହିଂସା କରୁଛନ୍ତି, ସେମାନଙ୍କୁ କେନ୍ଦ୍ର ଗୃହମନ୍ତ୍ରୀ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିବେ ବୋଲି ରାଜ୍ୟ ସଭା ସାଂସଦ ରୂପା ଗାଙ୍ଗୁଲି ପ୍ରକାଶ କରିଛନ୍ତି।

ଯିଏ ଭାରତର ନାଗରିକ , ଯିଏ ସଚ୍ଛୋଟ ମୁସଲମାନ ସେ କଣ ବସ ପୋଡ଼ି ପାରେ। ସିଏ କିଏ , କଂଗ୍ରେସ ଓ ତ୍ରୁଣମୂଳ କଂଗ୍ରେସର ମମତା ବନ୍ଧପଧ୍ୟାୟଙ୍କ ପାଇଁ ଏଭଳି ହିଂସା ହେଉଛି। ଏଭଳି ହିଂସାକୁ ସୃଷ୍ଟି କରି ପ୍ରଧାନମନ୍ତ୍ରୀ ମୋଦୀ ଯେଉଁ ଭଲ ଭଲ ବିକଶମୂଳକ କାର୍ଯ୍ୟ କରୁଛନ୍ତି , ତାଙ୍କୁ ବଦନାମ କରିବାକୁ ଚେଷ୍ଟା କରାଯାଉଛି ବୋଲି କହିଛନ୍ତି। ଏହି ଆଇନ କଂଗ୍ରେସ ସରକାର ସମୟରେ ଆରମ୍ଭ କରି ଏକ କାର୍ଡ ଦେବାର ବ୍ୟବସ୍ଥା ଥିଲା। କିନ୍ତୁ କରିପାରିଲେ ନାହିଁ। ବର୍ତମାନ ସେମାନେ ବିରୋଧ କରୁଛନ୍ତି ବୋଲି କହିଛନ୍ତି। ମାଲକାନଗିରି ଜିଲ୍ଲାରେ ଅଧିକାଂଶ ବେଙ୍ଗଲରୀ ସମ୍ପଦାୟର ଲୋକ ରହୁଥିବା ସତ୍ୱେ ରାଜ୍ୟ ସରକାର ସେମାନଙ୍କ ପାଇଁ ବିଦ୍ୟାଳୟରେ ବେଙ୍ଗଲରୀ ବିଷୟ ପ୍ରଚଳନ କରିନଥିବାରୁ ଅସନ୍ତୋଷ ପ୍ରକାଶ କରିଥିଲେ। ଏଥିସହ ବିଦ୍ୟାଳୟଗୁଡ଼ିକରେ କମ୍ପ୍ୟୁଟର ଶିକ୍ଷା ଦିଆଯ୍ଧମନଥିବାରୁ ଆଧୁନିକ ଯୁଗରେ ଛାତଛାତ୍ରୀମାନେ ମୋବାଇଲ, ଇଂଟରନେଟ ସହ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ ହୋଇପାରୁନାହାନ୍ତି ବୋଲି କହିଥିଲେ।

ରାଜ୍ୟର ନବୀନ ସରକାରଙ୍କୁ ଆହୂରୀ ବହୁତ କିଛି କାର୍ଯ୍ୟ କରିବାର ବାକି ରହିଛି ବୋଲି କହି ବେଙ୍ଗଲୀ ଶିକ୍ଷା ପ୍ରଚଳନ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଯେକୌଣସି ବ୍ୟକ୍ତି କିମ୍ବା ଭାଷାଭାଷୀର ଲୋକ ହୁଅନ୍ତୁ ନା ନାହିଁକି ତାକୁ ନିଜ ମାତୃଭାଷା ପ୍ରତି ମୋହ ରହିବା ଆବଶ୍ୟକ ଓ ମାତୃଭାଷା ଜାଣିବା ଆବଶ୍ୟକ ବୋଲି କହିଥିଲେ। ପୂର୍ବତନ ସାଂସଦ ତଥା ବରିଷ୍ଠ ବି.ଜେ.ପି ନେତା ବଳଭଦ୍ର ମାଝି ପ୍ରକାଶ କରିଛନ୍ତି। ଗତ ୨୦୦୫ ମସିହାରେ କଂଗ୍ରେସ ସରକାର ସମୟରେ ଏହି ଆଇନକୁ ସଂଶୋଧନ କରି ପାକିସ୍ଥାନ ଓ ବାଙ୍ଗଲାଦେଶର ଲୋକଙ୍କୁ ବାଦ ଦେଇ ସମସ୍ତ ଦେଶର ଲୋକଙ୍କୁ ନାଗରିକତା ଦିଆଯିବାକୁ ନିୟମ କରିଥିଲେ। କିନ୍ତୁ ବି.ଜେ.ପି ଦଳ ଏହି ନିଷ୍ପତି ନେବା ପରେ କଂଗ୍ରେସ, ଟି.ଏମ.ସି, କମ୍ୟୁନିଷ୍ଟ ଦଳ ଲୋକଙ୍କୁ ବିଭ୍ରାନ୍ତ କରୁଥିବାରୁ ଏହାକୁ ଖଣ୍ଡନ କରୁଛୁ ବୋଲି କହିଛନ୍ତି।

ଏହାଦ୍ୱାରା କେହି ମୁସଲମାନ ଭାଇମାନେ ପ୍ରଭାବିତ ହେବେ ନାହିଁ ବୋଲି କହିଛନ୍ତି। ମାଲକାନଗିରି ଜିଲ୍ଲା ପରିଷଦ ସଭାଗୃହରେ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ସେ ଏହା ପ୍ରକାଶ କରିଛନ୍ତି। ବି.ଜେ.ପି ଜିଲ୍ଲା ସଭାପତି ତଥା ମାଲକାନଗିରି ବିଧାୟକ ଆଦିତ୍ୟ ମାଡ଼ିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଉକ୍ତି ସଭାରେ ପୂର୍ବତନ ସାଂସଦ ତଥା ବରିଷ୍ଠ ବି.ଜେ.ପି ନେତା ବଳଭଦ୍ର ମାଝି, ପୂର୍ବତନ ସାଂସଦ ପର୍ଶୁରାମ ମାଝିଙ୍କ ସମେତ ବହୁ ନେତା ଯୋଗ ଦେଇ ଏହି ଆଇନ ବଳରେ କୌଣସି ମୁସଲିମ ଲୋକଙ୍କର କ୍ଷତି ହେବ ନାହିଁ ବୋଲି କହିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସମ୍ପାଦକ ସଞ୍ଜୟ ସରକାର, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସୁଲତା ମଣ୍ଡଳ, ପଡ଼ିଆ ବ୍ଲକ ଅଧ୍ୟକ୍ଷ ଦେବା ମାଡ଼ି, ପୂର୍ବତନ ଜିଲ୍ଲା ବି.ଜେ.ପି ସଭାପତି ଅଶୋକ ପରିଡା, ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ନିମାଇଁ ପାଲ, ରାଜ୍ୟ କାର୍ଯ୍ୟକାରୀ ସଦସ୍ୟ ଶ୍ୟାମଲ ସୁନାନୀ, ଜିଲ୍ଲା ପରିଷଦ ସଦସ୍ୟା ଦେବୀ ମାଡ଼ି, ପ୍ରମୀଳା ଦାସ, ଶାନ୍ତିଲତା ମାଝି, ଦୁତୀକା ମାଡ଼କାମି, ସମୀର ମିସ୍ତ୍ରୀ,ବିଜୟ ବୈରାଗୀ, ମାଣିକଲାଲ ଚକ୍ରବର୍ତି ପ୍ରମୂଖଙ୍କ ସମେତ ଶତାଧିକ ଲୋକ ଅଂଶ ଗ୍ରହଣ କରିଥିଲେ।