ବିଭିନ୍ନ ସ୍ଥାନକୁ ବିଜେପି ନେତା ନବୀନଙ୍କ ପରିଦର୍ଶନ, ଲୋକପ୍ରିୟତା ହରାଉଛନ୍ତି ସ୍ଥାନୀୟ ବିଜେପି ନେତା

ସଇଁନ୍ତଲା,ଏନ୍ଏନ୍ଏସ୍: ୨୦୨୪ ନିର୍ବାଚନକୁ ଆଖି ଆଗରେ ରଖି ବିଭିନ୍ନ ରାଜନୀତି ଦଳ ନିର୍ବାଚନର ବିଗୁଲ୍ ବଜାଇ ଦେଇଛନ୍ତି। ଏହି ପରୀପେକ୍ଷିରେ ବିଭିନ୍ନ ରାଜନୀତି ଦଳର ପ୍ରାର୍ଥୀ ଓ କାର୍ଯ୍ୟ କର୍ତ୍ତା ମାନେ ଚଳିତ ଦୁର୍ଗା ପୁଜାରେ ଗାଁ ମୁହା ହୋଇ ବିଭିନ୍ନ ଦୁର୍ଗା ମଣ୍ଡପକୁ ଯାଇ ମା ଦୁର୍ଗାଙ୍କୁ ଦର୍ଶନ କରୁଛନ୍ତି। ତେବେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ବେଳଗାଁ, ଶିଷକେଲା ଓ ଘୁନସର ଗାଁକୁ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ବିଜେପିର ବରିଷ୍ଠ ନେତା ନବୀନ ଜୌନ ପରିଦର୍ଶନ କରିବା ସହ ବିଜେପି କର୍ମୀଙ୍କ ସହ ଦଳ ଆଗାମୀ ଦିନରେ ସଇଁନ୍ତଲା ଅଞ୍ଚଳରେ ଆଗାମୀ ଦିନରେ କିପରି ଦଳ ମଜବୁତ୍ ହେବ ଓ ଅଧିକରୁ ଅଧିକ ଲୋକକୁ ବିଜେପିରେ ସାମିଲ ହେବେ। ସେନେଇ ଶ୍ରୀ ଜୌନ ବିଜେପି କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ ତା ସହିତ ସାଧାରଣ ଲୋକ କି ପରି ଭାବରେ କେନ୍ଦ୍ର ସରକାରଙ୍କ ଯୋଜନାର ଲାଭ ପାଇ ପାରିବେ ସେ ନେଇ ସାଧାରଣ ଲୋକଙ୍କୁ ଜଣାଇବା ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ।

ବେଳଗାଁ ଓ ଘୁନସର ଗାଁରେ ଦୁର୍ଗା ପୂଜା ଅନୁଷ୍ଠିତ ହେଉଥିବା ବେଳେ ମାଆଙ୍କ ଦର୍ଶନ ମଧ୍ୟ କରିଥିଲେ। ନବୀନ ଜୈନ ସଇଁନ୍ତଲା ଅଞ୍ଚଳର ବିଭିନ୍ନ ଅଞ୍ଚଳକୁ ସବୁ ବେଳେ ପରିଦର୍ଶନ କରି ସାଧାରଣ ଲୋକଙ୍କ କଥା ଶୁଣିବା ସହ ଦିନକୁ ଦିନ ସଇଁନ୍ତଲା ଅଞ୍ଚଳରେ ବେଶ ଲୋକପ୍ରୀୟତା ହାସିଲ କରୁଥିବା ବେଳେ ଅନ୍ୟ ପକ୍ଷରେ ସଇଁନ୍ତଲା ଅଞ୍ଚଳର ସ୍ଥାନୀୟ ବିଜେପି ନେତା ମାନେ ଦିନକୁ ଦିନ ଲୋକପ୍ରିୟତା ହରାଉଥିବା ନେଇ ଚର୍ଚ୍ଚା ଜୋର ଧରିଛି। ଶ୍ରୀ ଜୈନଙ୍କ ସଇଁନ୍ତଲା ପରିଦର୍ଶନ ବେଳେ ପ୍ରକାଶ ଗହୀର,ମାନୁ ବେହେରା, ରବି ଚନ୍ଦ୍ର ନାଏକ ପ୍ରମୁଖ ଉପସ୍ଥିତ ଥିଲେ।