ବିଜେପି ନେତ୍ରୀ ସୋନାଲି ଫୋଗାଟଙ୍କ ହୃଦଘାତରେ ନିଧନ

ନୂଆଦିଲ୍ଲୀ: ବିଜେପି ନେତା ତଥା ଅଭିନେତ୍ରୀ ସୋନାଲି ଫୋଗାଟ ଗୋଆରେ ହୃଦଘାତରେ ପ୍ରାଣ ହରାଇଛନ୍ତି । ଏନେଇ ତାଙ୍କ ଭାଇ ବତନ ଢାକା ସୂଚନା ପ୍ରଦାନ କରିଛନ୍ତି । ସୋନାଲିଙ୍କ ମୃତ୍ୟୁ ଖବର ମିଳିବା ପରେ ପୁରା ପରିବାର ଗୋଆରେ ପହଞ୍ଚିଛନ୍ତି । ସୋନାଲିଙ୍କ ବିୟୋଗରେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଶୋକବ୍ୟକ୍ତ କରିଛନ୍ତି ।

ସୂଚନାଯୋଗ୍ୟ, ସୋନାଲି ଫୋଗାଟ ବିଜେପି ମହିଳା ମୋର୍ଚ୍ଚାର ପ୍ରଦେଶ ଉପାଧ୍ୟକ୍ଷ ରୂପେ ନିଯୁକ୍ତ ଥିଲେ । ସୋନାଲିଙ୍କ ସ୍ୱାମୀ ସଞ୍ଜୟ ଫୋଗାଟ ମଧ୍ୟ ୨୦୧୬ରେ ରହସ୍ୟମୟ ଢଙ୍ଗରେ ମୃତ୍ୟୁବରଣ କରିଥିଲେ । ସୋନାଲିଙ୍କର ଗୋଟିଏ ଝିଅ ଅଛି । ସୋନାଲି ଗତକାଲି ରାତିରେ ଇନଷ୍ଟାଗ୍ରାମ ଓ ଫେସବୁକରେ ଭିଡିଓ ପୋଷ୍ଟ କରିଥିଲେ । ସୋନାଲି ବିଗବସ ୧୪ ସଂସ୍କରଣରେ ମଧ୍ୟ ଅଂଶଗ୍ରହଣ କରିଥିଲେ ।