ଟିଭି ବିତର୍କରେ ବିଜେପି ନେତାଙ୍କୁ ଚପଲ ମାଡ଼

ହାଇଦ୍ରାବାଦ,ଏଜେନ୍ସି: ଆନ୍ଧ୍ରପ୍ରଦେଶରେ ବିଜେପି ନେତାଙ୍କୁ ଚପଲ ମାଡ଼ ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଲାଇଭ ସୋ’ ବେଳେ ବିଜେପି ମହାସଚିବ ଅମରାବତୀ ଯୁଗ୍ମ କମିଟି ସଦସ୍ୟ ଶ୍ରୀନିବାସ ରାଓଙ୍କ ଉପରେ କିଛି ଆରୋପ ଲଗାଇଥିଲେ। ଏଥିରେ ରାଗିଯାଇ ସେ ବିଜେପି ମହାସଚିବଙ୍କୁ ଚପଲରେ ପିଟିଥିଲେ। ଏହି ଭିଡିଓ ଏକ ତେଲୁଗୁ ଚାନେଲର, ଯେଉଁଥିିରେ ଲାଇଭ ବିତର୍କ ବେଳେ ଆନ୍ଧ୍ର୍ରପ୍ରଦେଶ ବିଜେପି ମହାସଚିବ ବିଷ୍ଣୁବର୍ଦ୍ଧନ ରେଡ୍ଡୀ, ଅମରାବତୀ ଜୁଗ୍ମ ଆକ୍ସନ କମିଟି ସଦସ୍ୟ ଶ୍ରୀନିବାସ ରାଓ ଏବଂ ଅନ୍ୟ ନେତା ମାନେ ଯୋଗଦେଇଥିିଲେ। ଏତିକିବେଳେ ବିଜେପି ଦ୍ୱାରା ଲଗା ଯାଇଥିବା ଆରୋପକୁ ନେଇ ଶ୍ରୀନିବାସ ଏମିତି ରାଗି ଯାଇଥିଲେ ଯେ, ସେ ପ୍ରଥମେ ଚପଲ ଉଠାଇ ମାରିବା ପାଇଁ ଧମକ ଦେଇଥିଲେ। ଏତିକି ବେଳେ ବିଜେପି ନେତା ମାନେ ତାଙ୍କୁ ଚେତାବନୀ ଦେଇଥିଲେ, ସେତେବେଳେ ସେ ଉତ୍ତେଜିତ ହୋଇ ତାଙ୍କ ସମୁଖରେ ବସିଥିିବା ବିଜେପି ମହାସଚିବଙ୍କୁ ଚପଲ ମାଡ଼ କରିଥିଲେ। ପରେ ଦୁଇ ନେତା ଚୌକି ଉଠାଇ ପରସ୍ପରକୁ ମାରିବା ଲାଗି ଆଗଭର ହୋଇଥିଲେ। ଯାହା ଭିଡିଓରେ ଦେଖାଯାଇଛି।