କରୋନାରେ ଆଖିବୁଜିଲେ ଆଉ ଜଣେ ବିଜେପି ନେତା

ଅହମ୍ମଦାବାଦ,ଏଜେନ୍ସି: ଗୁଜରାଟର ପୁରୁଖା ବିଜେପି ନେତା ଦତ୍ତାଜୀ ଚିରନଦାସ କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲାବେଳେ ବୁଧବାର ସକାଳେ ତାଙ୍କର ଦେହାନ୍ତ ଘଟିଛି। ତାଙ୍କୁ ୮୦ବର୍ଷ ବୟସ ହୋଇଥିଲା। ଗତ ଦୁଇଦିନ ହେଲା ତାଙ୍କ ଠାରେ କରୋନା ଲକ୍ଷଣ ପ୍ରକାଶ ପାଇଥିଲା ବୋଲି ତାଙ୍କ ପୁଅ ସୁନୀଲ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହ ଦତ୍ତାଜୀଙ୍କ ବିୟୋଗରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଦତ୍ତାଜୀ ୧୯୯୫-୯୬ରେ ସୁରେଶ ମେହେଟ୍ଟାଙ୍କ ସରକାର ସମୟରେ ଗୁଜରାଟ ଶିଳ୍ପବିକାଶ ନିଗମର ଅଧ୍ୟକ୍ଷ ଥିଲେ। ଏହାପରେ ସେ ଦୀର୍ଘଦିନ ଧରି ପ୍ରତ୍ୟକ୍ଷ ରାଜନୀତିରେ ସକ୍ରିୟ ନଥିଲେ।