ମାର୍ଚ୍ଚ ୮ରେ ତ୍ରିପୁରାରେ ଶପଥ ଗ୍ରହଣ ଉତ୍ସବ, ସାମିଲ ହେବେ ମୋଦୀ

ତ୍ରିପୁରା: ତ୍ରିପୁରାରେ ମାର୍ଚ୍ଚ ୮ ତାରିଖରେ ବିବେକାନନ୍ଦ ପଡ଼ିଆରେ ନୂଆ ସରକାରଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ । ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଉପସ୍ଥିତ ରହିବେ ।

ସୂଚନାଯୋଗ୍ୟ, ନିକଟରେ ଶେଷ ହୋଇଥିବା ତ୍ରିପୁରା ବିଧାନସଭା ନିର୍ବାଚନରେ ବିଜେପି ମୋଟ ୬୦ରୁ ୩୨ଟି ସିଟରେ ଜିତିଥିଲା । ଅନ୍ୟପଟେ ସହଯୋଗୀ ଦଳ ଆଇପିଏଫଟୀ ଗୋଟିଏ ସିଟ୍ ଜିତିଛି । ଫଳରେ ବିଜେପ ମୋଟ ୩୩ ସିଟ ସହ ସଂଖ୍ୟା ଗରିଷ୍ଠତା ହାସଲ କରିବାରେ ସଫଳ ହୋଇଥିଲା ।