୧ ଲକ୍ଷ ଟଙ୍କା ମୁଚାଲିକାରେ ସିଜାନଙ୍କୁ ମିଳିଲା ଜାମିନ

ମୁମ୍ବାଇ: ‘ଅଲୀ ବାବା- ଦାସ୍ତାନ ଏ କାବୁଲ’ର ମୁଖ୍ୟ ଅଭିନେତା ସିଜାନ ଖାନଙ୍କୁୂ ଡିସେମ୍ବର ୨୨ରେ ଅଭିନେତ୍ରୀ ତୁନିଷା ଶର୍ମାଙ୍କ ଆତ୍ମହତ୍ୟା ମାମଲାରେ ଗିରଫ କରାଯାଇଥିଲା । ଆଉ ଦୀର୍ଘ ୩ ମାସ ପରେ ଆଜି ସିଜାନଙ୍କୁ ଜାମିନ ମିଳିଛି । ସିଜାନଙ୍କୁ ୧ଲକ୍ଷ ଟଙ୍କାର ମୁଚାଳିକାରେ ମୁମ୍ବାଇର ଏକ କୋର୍ଟ ଜାମିନ ପ୍ରଦାନ କରିଛନ୍ତି । ଦୀର୍ଘ ଦିନରୁ ସିଜାନଙ୍କ ଜାମିନ ଆବେଦନ ଖାରିଜ ହେଉଥିଲା । ସିଜାନଙ୍କ ଉପରେ ତୁନିଷାଙ୍କୁ ଆତ୍ମହତ୍ୟା ଲାଗି ଉସୁକାଇଥିବା ଆରୋପ ଲାଗିଛି ।

ସୂଚନାଯୋଗ୍ୟ, ଅଭିନେତ୍ରୀ ତୁନିଷା ଶର୍ମା ଡିସେମ୍ବର ୨୪ରେ ‘ଅଲୀ ବାବା’ ସେଟରେ ମାତ୍ର ୨୧ ବର୍ଷ ବୟସରେ ଫାସି ଲଗାଇ ଆତ୍ମହତ୍ୟା କରିଥିଲେ । ମୃତ୍ୟୁର ଠିକ୍ ପୂର୍ବରୁ ସିଜାନଙ୍କ ସହ ତୁନିଷା କଥା ହୋଇଥିବାରୁ ସେ ସନ୍ଦେହ ଘେରକୁ ଆସିଥିଲେ ।