ନୀତିଶ କୁମାରଙ୍କ ପାଇଁ ବିଜେପି ଦ୍ୱାର ସବୁଦିନ ପାଇଁ ବନ୍ଦ: ଶାହ

ବିହାର: ଗୃହମନ୍ତ୍ରୀ ଅମିତ ଶାହ ବିହାରର ପଶ୍ଚିମ ଚମ୍ପାରଣରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି । ଏହି ସମୟରେ ଶାହ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ତାଙ୍କ ସରକାରକୁ ଟାର୍ଗେଟ କରିଛନ୍ତି । ଶାହ କହିଛନ୍ତି ଯେ, ନୀତିଶଙ୍କ ପାଇଁ ବିଜେପି ଦ୍ୱାର ସବୁଦିନ ପାଇଁ ବନ୍ଦ ହୋଇଯାଇଛି । ବିହାରରେ ଆଇନ ବ୍ୟବସ୍ଥା ଫେଲ୍ ମାରିଛି । ୩ ବର୍ଷ ହେବ ନୀତିଶ କୁମାର ପ୍ରଧାନମନ୍ତ୍ରୀ ହେବା ପାଇଁ ସ୍ୱପ୍ନ ଦେଖୁଛନ୍ତି । ନୀତିଶ ବିକାଶବାଦରୁ ଅବସରବାଦୀ ହୋଇଯାଇଛନ୍ତି । ଆରଜେଡି ଓ କଂଗ୍ରେସର ଶରଣକୁ ଯାଇଛନ୍ତି ।

ଗୃହମନ୍ତ୍ରୀ ଶାହ ଆହୁରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ହେବା ଆକାଂକ୍ଷାରେ ନୀତିଶ ବିହାରର ବିଭାଜନ କରିଛନ୍ତି । ପିଏଫଆଇ ଭଳି ସଂସ୍ଥା ବିହାରକୁ ନିଜ ପେଣ୍ଠସ୍ଥଳୀରେ ପରିଣତ କରିବାକୁ ଚାହୁଁଥିବାବେଳେ ନୀତିଶ ଚୁପ ବସିଥିଲେ । ମୋଦି ଜୀ ପଏଫଆଇ ଉପରେ ବ୍ୟାନ ଲଗାଇ ସମଗ୍ର ଦେଶକୁ ସୁରକ୍ଷିତ କରିବାର କାମ କରିଛନ୍ତି । ନୀତିଶଙ୍କ ମଦ ବନ୍ଦ ନିଷ୍ପତ୍ତି ଠିକ୍ ହୋଇଥିଲେ ମଧ୍ୟ ନକଲି ମଦ ବିକ୍ରି ରୋକିବାରେ ସେ ଫେଲ୍ ମାରିଛନ୍ତି ।