ସରକାରୀ ସ୍କୁଲ ପିଲାଙ୍କ ପାଇଁ ନୋଟ ବୁକ୍‌

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ରାଜ୍ୟରେ ଏଥର ଘରୋଇ ସ୍କୁଲ ଭଳି ସରକାରୀ ସ୍କୁଲ ପିଲାଙ୍କୁ ମଧ୍ୟ ନୋଟ୍ ବୁକ୍ ଦିଆଯିବ । ଏଥିରେ ପିଲାଙ୍କ ହୋମ୍ ୱାର୍କ ଓ ଶିକ୍ଷକଙ୍କ ପାଠପଢ଼ା ସମ୍ପର୍କରେ ସୂଚନା ରହିବ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି ।