ଦେଓଗାଁ,ଏନ୍ଏନ୍ଏସ୍: ଗତ ୨୨ ତାରିଖ ଦିନ ଦେଓଗାଁ ବ୍ଲକରେ ଅନୁଷ୍ଠିତ ହୋଇଥିବା ଚତୁର୍ଥ ପର୍ଯ୍ୟାୟ ନିର୍ବାଚନର ଭୋଟ ଗଣତି ଶନିବାର ୧୦ଟାରୁ ଦେଓଗାଁ ବ୍ଲକରେ ଆରମ୍ଭ ହୋଇ ରାତି ୨ଟାରେ ଶେଷ ହୋଇଛି। ୧୨ ନମ୍ବର ଜିଲ୍ଲା ପରିଷଦ ଜୋନରେ ବିଜେଡି ପ୍ରାର୍ଥୀ ମମତା କୁମୁରା ୮୦୨୩ ଖଣ୍ଡ ଭୋଟ ପାଇ ଆଗୁଆ ଥିବା ବେଳେ କଂଗ୍ରେସର କବିତା ଭୋଇ ୬,୬୪୨ ଖଣ୍ଡ ଭୋଟ ପାଇ ଦ୍ଵିତୀୟ ସ୍ଥାନରେ ରହିଛନ୍ତି। ସେହିପରି ବିଜେପିର ତୁଲାନ୍ଦ୍ରୀ କୁଅଁର ୪,୬୩୫ ଖଣ୍ଡ ଭୋଟରେ ପଛ କରୁଛନ୍ତି। ଏହି ଜୋନରୁ ଗତ ୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେଡ଼ି ପାଖକୁ ୧୦,୩୨୧, କଂଗ୍ରେସକୁ ୮,୧୪୦ ଓ ବିଜେପିକୁ ୭,୧୭୫ଖଣ୍ଡ ଭୋଟ ଯାଇଥିବା ବେଳେ ସ୍ବାଧୀନ ଦଳକୁ ୪୧୬ ଖଣ୍ଡ ଭୋଟ ଯାଇଥିଲା।
ଚଳିତ ନିର୍ବାଚନରେ ବିଜେଡ଼ିକୁ ବିରୋଧ କରିଥିବାବେଳେ କଂଗ୍ରେସର ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର, ବଲାଙ୍ଗିର ସାଂସଦ ସଂଗୀତା ସିଂଦେଓ, ବିଜେଡି ଉପସଭାପତି ଅନଙ୍ଗ ଉଦୟ ସିଂହଦେଓ, ବିଜେପି ପୂର୍ବ ରାଜ୍ୟ ସଭାପତି କନକ ବର୍ଦ୍ଧନ ସିଂହଦେଓ, ପୂର୍ବ ସାଂସଦ କଲିକେଶ ନାରାୟଣ ସିଂଦେଓ ଡେରା ପକାଇ ପ୍ରଚାର କରିଥିଲେ।
ସେହିପରି ୧୨ ନମ୍ବର ଜୋନରେ ଥିବା ୧୩ ପଞ୍ଚାୟତ ଯଥା ହାତୀସରା ପଞ୍ଚାୟତରେ ସରପଞ୍ଚ କେଲୋ ଡାଙ୍ଗ, ସମିତିସଭ୍ୟ ବିଶ୍ଵଜିତ ପାତ୍ର, ଧଣ୍ଡାମାଲରେ ସରପଞ୍ଚ ସଞ୍ଜୁ ଶିଖା, ସମିତି ସଭ୍ୟ ଶଙ୍କର ମୁଦୁଲି, ସିଂହାମୁଣ୍ଡାରେ ସରପଞ୍ଚ ଜାନବୀ ମାହାଣା, ସମିତିସଭ୍ୟ ଚନ୍ଦ୍ରମା ଧରୁଆ, ସାରସମାଲରେ ସରପଞ୍ଚ ଗୋପାଳ ବାଗ, ସମିତି ସଭ୍ୟା ପଙ୍କଜିନି ଖମାରୀ, ବ୍ରାମଣିଜୋରରେ ସରପଞ୍ଚ ମହେନ୍ଦ୍ର ମଲ୍ଲିକ, ସମିତିସଭ୍ୟ ଦୟାନିଧି ଖମାରୀ, ଲଣ୍ଡାପଥରରେ ସରପଞ୍ଚ ଦେବନ୍ତି ଖେତୀ, ସମିତିସଭ୍ୟ ବିକାଶ ଭୋଇ, ସିକୁଆଁରେ ସରପଞ୍ଚ ରାଜକିଶୋର ଭୋଇ, ସମିତିସଭ୍ୟା ଟୁନି ସେଠ, ବଡବନ୍ଧରେ ସରପଞ୍ଚ ଜଗୁ ମେହେର, ସମିତିସଭ୍ୟା ସୁପ୍ରଭା ସିଂହଦେଓ, ଦେଷଣ୍ଡରେ ସରପଞ୍ଚ ଯଶୋଦା ମେହେର ରୁଦନା ଧରୁଆ, ଡୁମେରପିଟାରେ ସରପଞ୍ଚ ବାସନ୍ତୀ ପଟେଲ, ସମିତି ସଭ୍ୟ ସଂକୀର୍ତ୍ତନ ବାଗ, ରାମଚନ୍ଦ୍ରପୁର ସରପଞ୍ଚ ପଦ୍ମିନୀ ମିଶ୍ର, ସମିତିସଭ୍ୟ ସମ୍ଭୁ ଭୋଇ, କୁତୁର୍ଲା ସରପଞ୍ଚ ତେଜ ହରପାଲ, ସମିତି ସଭ୍ୟାପଙ୍କଜିନି ଛତରିଆ, ବନ୍ଧପଡ଼ାରେ ସରପଞ୍ଚ ଗୋପାଳ ଚନ୍ଦ୍ର ମିଶ୍ର, ସମିତି ସଭ୍ୟ କାନ୍ତେଶ୍ୱର ପ୍ରଧାନ ବିଜୟୀ ହୋଇଥିବା ଜଣାପଡିଛି।