ବିଜେଡି ପ୍ରଶିକ୍ଷଣ ଶିବିର

ଦେବଗଡ଼,ଏନ୍‌ଏନ୍‌ଏସ୍‌: ଦେବଗଡ଼ ବିଜେଡି ପକ୍ଷରୁ ୩ ଦିନିଆ ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି । ବିଜୁ ପଟ୍ଟନାୟକ ଅଡ଼ିଟୋରିୟମରେ ଜିଲ୍ଲା ବିଜେଡି ସଭାପତି ଇଂ. ଚିତ୍ତରଞ୍ଜନ ପ୍ରଧାନଙ୍କ ନେତୃତ୍ୱରେ ପ୍ରଶିକ୍ଷଣର ୧ମ ଦିବସରେ ବାରକୋଟ ବ୍ଲକର ୩ଟି ଜିଲ୍ଲା ପରିଷଦ ଜୋନର ପ୍ରାୟ ୩ ହଜାର ଦଳୀୟ କର୍ମୀଙ୍କୁ ନେଇ ପ୍ରଶିକ୍ଷଣ ଶିବିର ହୋଇଛି । ଏହି ଅବସରରେ ଜିଲ୍ଲା ବିଜେଡିର ସମସ୍ତ ପଦାଧିକାରୀ ସମେତ ମହିଳା ବିଜେଡି ସଭାନେତ୍ରୀ ଅରୁଣି ପ୍ରଧାନ, ନଗର ସଭାପତି ଶୁକଦେବ ଭଞ୍ଜ, ଯୁବ ବିଜେଡି ସଭାପତି ପ୍ରତାପ କୁମାର ଦେବ, ଛାତ୍ର ବିଜେଡି ସଭାପତି ଭବାନୀ ଶଙ୍କର ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ କୌଶିକ କୁମାର ପ୍ରଧାନ, ପୌରାଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଇ, ସରପଞ୍ଚ ସଂଘ ସଭାପତି ସତ୍ୟ ନାରାୟଣ ପାଣି, ଜିଲ୍ଲା ପରିଷଦ ସଦସ୍ୟା ଗୀତାଞ୍ଜଳି ପାଣି, ପୁଷ୍ପାଞ୍ଜଳି ସାମଲ, ରାଜେଶ ମହାନାୟକ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ପଞ୍ଜିଆ ଭୋଇ, ରାଜ୍ୟ ସମ୍ପାଦକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ, କାର୍ଯ୍ୟକାରିଣୀ ସଦସ୍ୟ ଇଂ ସୁଜିତ କୁମାର ପ୍ରଧାନ, ଏସଡ଼ିସିସି ବ୍ୟାଙ୍କ ପୂର୍ବତନ ଅଧ୍ୟକ୍ଷ ଅମରେନ୍ଦ୍ର ଗଙ୍ଗଦେବ, ତିଳେଇବଣି ବ୍ଲକ ପୂର୍ବତନ ଅଧ୍ୟକ୍ଷ ବିଭୁତି ଭୂଷଣ ଗଙ୍ଗଦେବ ଓ ବାରକୋଟ ବ୍ଲକ ପୂର୍ବତନ ଅଧ୍ୟକ୍ଷ ଦେବେନ୍ଦ୍ର ବେହେରା ପ୍ରମୁଖ ମଞ୍ଚାସିନ ରହି ଆଗାମୀ ନିର୍ବାଚନରେ ଦେବଗଡ଼ ବିଧାନସଭା ମଣ୍ଡଳୀରେ ବିଜେଡିକୁ କ୍ଷମତାସୀନ କରିବାକୁ ଉପସ୍ଥିତ କର୍ମୀଙ୍କ ସହ ସଂକଳ୍ପ ନେଇଥିଲେ । ପରେ ପ୍ରଶିକ୍ଷକ ଭାବେ ବିଜେଡିର ଦଳୀୟ ମୁଖପାତ୍ର ମିହିର ରାୟ ଓ ସୌମ୍ୟରଞ୍ଜନ ମହାପାତ୍ର ଉପସ୍ଥିତ ରହି ଦଳୀୟ କର୍ମୀଙ୍କୁ ଆଗାମୀ ନିର୍ବାଚନରେ ସେମାନଙ୍କ ଭୂମିକା ସମ୍ପର୍କରେ ଅବଗତ କରାଇବା ସହ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା କିଭଳି ଜନସାଧାରଣଙ୍କ ଉନ୍ନତିରେ ସହାୟକ ହୋଇଛି ସେନେଇ ଘରେ ଘରେ ବାର୍ତ୍ତା ପହଞ୍ଚାଇବାକୁ ଆହ୍ୱାନ ଦେଇଥିଲେ ।