Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
କୁମ୍ଭୀର କାନ୍ଦଣା ବନ୍ଦକରନ୍ତୁ ରାଜ୍ୟ ବିଜେପି ନେତା – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

କୁମ୍ଭୀର କାନ୍ଦଣା ବନ୍ଦକରନ୍ତୁ ରାଜ୍ୟ ବିଜେପି ନେତା

୬,୦୪୦ କୋଟିର ସବ୍‍ସିଡ୍‍ ଅର୍ଥଦେଉ କେନ୍ଦ୍ର

ଭୁବନେଶ୍ୱର, ଏନ୍ଏନ୍ଏସ୍: କେନ୍ଦ୍ର ସରକାର ତାଙ୍କର ଚାଉଳ ସଂଗ୍ରହ ନୀତିରେ ପରିବର୍ତ୍ତନ କରିବା ସହିତ ଧାନ ସଂଗ୍ରହ ବାବଦରେ ଓଡ଼ିଶାକୁ ଦେବାକୁ ଥିବା ୬,୦୪୦ କୋଟି ଟଙ୍କାର ସବସିଡ୍‍ ଅର୍ଥ ତୁରନ୍ତ ପ୍ରଦାନ କରନ୍ତୁ। ରାଜ୍ୟ ବିଜେପି ନେତାମାନେ ମଧ୍ୟ ଏନେଇ କେନ୍ଦ୍ର ସରକାରଙ୍କ ଉପରେ ଚାପପକାନ୍ତୁ ବୋଲି ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ବିଧାୟକ ରୋହିତ ପୂଜାରୀ, ବିଧାୟକ ସ୍ନେହାଙ୍ଗିନି ଛୁରିଆ ଓ ବିଧାୟକ ରାଜେନ୍ଦ୍ର ଢୋଲକିଆ ଦାବି କରିଛନ୍ତି।
ସାମ୍ବାଦିକ ସମ୍ମିଳନୀରେ ବିଜେଡିି କହିଛି ଯେ, କୋଭିଡ୍ ମହାମାରୀ ସମୟରେ ଓଡ଼ିଶାର ଚାଷୀମାନେ ୨୦୨୦-୨୧ ବର୍ଷରେ ସେମାନଙ୍କ ଧୈର୍ଯ୍ୟର ପରିଚୟ ଦେଇ ରେକର୍ଡ ପରିମାଣର ଶସ୍ୟ ଉତ୍ପାଦନ କରିଛନ୍ତି। ବିଗତ କିଛିବର୍ଷ ଧରି ଚାଷୀମାନଙ୍କ ଆୟ ଦୁଇଗୁଣ ହେବା ସହିତ ଧାନ ଉତ୍ପାଦନ ବୃଦ୍ଧିପାଇ ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଚାଉଳ ଯୋଗାଉଥିବା ଦେଶର ଶ୍ରେଷ୍ଠ ୪ଟି ରାଜ୍ୟ ମଧ୍ୟରେ ଓଡ଼ିଶା ରହିଛି।

ହେଲେ ବିଜେପି ନେତୃତ୍ୱାଧିନ କେନ୍ଦ୍ର ସରକାରଙ୍କ ନୀତି ଏବଂ କାର୍ଯ୍ୟ ଏବେ ଓଡ଼ିିଶା ଚାଷୀଙ୍କପାଇଁ କାଳ ହୋଇଛି। ନିକଟରେ କେନ୍ଦ୍ର ସରକାର ଏକ ପତ୍ର ଲେଖି ୨୦୨୦-୨୧ ରବି ଋତୁରେ ମୂଳ ଆକଳନର ୫୦ ପ୍ରତିଶତ ଉଷୁନା ଚାଉଳ ଉଠାଇବା ପାଇଁ କହିବା ସହିତ ବଳକା ଚାଉଳ ନେବେନାହିଁ ବୋଲି ଜଣାଇଛନ୍ତି। ୨୦୧୯-୨୦ ବର୍ଷର ଖରିଫ୍ ଏବଂ ରବି ଋତୁରେ ମୋଟ ୭୧ଲକ୍ଷ ଟନ୍‍ ଧାନ ଉତ୍ପାଦନ ହୋଇଥିବା ବେଳେ ଏଥିରୁ ୪୮ଲକ୍ଷ ମେଟ୍ରିକ ଟନ୍‍ ଚାଉଳ ମିଳିଥିଲା। ଏଥିରୁ ୨୪ଲକ୍ଷ ମେଟ୍ରିକ୍ ଟନ୍‍ ଓଡ଼ିଶାରେ ବ୍ୟବହାର ହୋଇଥିବାବେଳେ ୧୭ଲକ୍ଷ ମେଟ୍ରିକ୍ ଟନ୍‍ ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ) କିଣିଥିଲା ଓ ୭ଲକ୍ଷ ମେଟ୍ରିକ୍ ଟନ୍‍ ପିଏମଜିକେଏୱାଇ କାର୍ଯ୍ୟକ୍ରମରେ ବ୍ୟବହୃତ ହୋଇଥିଲା। ସେହିଭଳି ୨୦୨୦-୨୧ ବର୍ଷ ଖରିଫ୍ ଋତୁରେ ମୋଟ୍‍ ୬୫ଲକ୍ଷ ମେଟ୍ରିକ ଟନ୍‍ ଓ ରବି ଋତୁରେ ୧୭ଲକ୍ଷ ମେଟ୍ରିକ ଟନକୁ ମିଶାଇ ମୋଟ୍‍ ୮୨ଲକ୍ଷ ମେଟ୍ରିକ ଟନ୍‍ ଧାନସଂଗ୍ରହ ହେବ।

ଏଥିରୁ ପ୍ରାୟ ୫୫ଲକ୍ଷ ମେଟ୍ରିକ ଟନ୍‍ ଚାଉଳ ମିଳିବ ଏବଂ ଏହି ସମସ୍ତ ଚାଉଳ ହେଉଛି ଉଷୁନା ଚାଉଳ। ୨୪ଲକ୍ଷ ମେଟ୍ରିକ ଟନ୍‍ ଓଡ଼ିଶାରେ ବ୍ୟବହୃତ ହେବାକୁ ଥିବାବେଳେ ନିକଟରେ କେନ୍ଦ୍ର ସରକାର ଦେଇଥିବା ଚିଠି ଅନୁଯାୟୀ କେବଳ ୧୦ଲକ୍ଷ ମେଟ୍ରିକ ଟନ୍‍ ଚାଉଳ ଏଫସିଆଇ ସଂଗ୍ରହ କରିବ ଓ ଅବଶିଷ୍ଟ ୨୧ଲକ୍ଷ ମେଟ୍ରିକ ଟନ୍‍ ଚାଉଳ, ଯାହାର ମୂଲ୍ୟ ପାଖାପାଖି ୭,୩୫୦କୋଟି ଟଙ୍କା ହେବ ତାହାକୁ ଆଉ କେନ୍ଦ୍ର ସରକାର ଉଠାଇବେ ନାହିଁ। ଏପରି ହେଲେ ଓଡ଼ିିଶାର ଚାଷୀମାନଙ୍କ ପାଇଁ ପ୍ରତିକୂଳ ପରିସ୍ଥିତି ସୃଷ୍ଟିହେବ। ଏଣୁ କେନ୍ଦ୍ର ସରକାର ଯେଉଁ ନୀତି ଲାଗୁ କରିଛନ୍ତି ତାହାକୁ ପ୍ରତ୍ୟାହାର ସହିତ ରାଜ୍ୟର ୩୧ଲକ୍ଷ ମେଟ୍ରିକ ଟନ୍‍ ବଳକା ଚାଉଳ ଉଠାଇବାପାଇଁ ଦାବିକରିଛି ବିଜେଡି।