କେନ୍ଦ୍ରର ଅବହେଳା ବିରୋଧରେ ବିଜେଡି ପକ୍ଷରୁ ଦାବୀପତ୍ର ପ୍ରଦାନ

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ଦେଶର ୧୬୦ରୁ ଊର୍‌ଦ୍ଧ୍ୱ ଜନଜାତି ସମ୍ପ୍ରଦାୟର ରାଜ୍ୟ ଜନଜାତି ତାଲିକାରେ ଅନ୍ତର୍ଭୁକ୍ତ କରିବାରେ କେନ୍ଦ୍ରର ଅବହେଳା ବିରୋଧ ସହ କେନ୍ଦ୍ର ଜନଜାତି ମନ୍ତ୍ରଣାଳୟର ଟାସ୍କଫୋର୍ସଙ୍କ ସୁପାରିଶ ତୁରନ୍ତ କାର୍ଯ୍ୟକାରୀ କରିବା ଦାବୀ ନେଇ ଜିଲ୍ଲା ବିଜେଡି ପକ୍ଷରୁ ଦାବିପତ୍ର ପ୍ରଦାନ ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲ୍ଲାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଗଣଧାରଣା ଦିଆଯାଇଛି । ଏନେଇ ସ୍ଥାନୀୟ ବିଜେଡି କର୍ମୀଙ୍କ ଏକ ବିରାଟ ରାଲି ବାହାରି ନବରଙ୍ଗପୁର ସହର ପରିକ୍ରମା କରିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଗଣଧାରଣା ଦିଆଯାଇଛି । ଏଥିସହ ଜିଲ୍ଲାପାଳଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସାଂସଦ ରମେଶ ମାଝୀ, ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ଓ ଝରିଗାଁ ବିଧାୟକ ପ୍ରକାଶ ମାଝୀ ପ୍ରମୁଖ ଯୋଗଦେଇ ଆଦିବସୀ ସମ୍ପ୍ରଦାୟ ପ୍ରତି କେନ୍ଦ୍ରର ଅବହେଳା ନେଇ ବଷାଦଗାର କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବହୁ ଜନଜାତିର ଲୋକ ଯୋଗ ଦେଇଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ବହୁ ବିଜେଡି ନେତା ଓ କର୍ମୀ ଉପସ୍ଥିତ ଥିଲେ ।