ବିଜେଡିର ଜୋନସ୍ତରୀୟ କର୍ମୀ ସମ୍ମିଳନୀ

ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିର ନିର୍ବାଚନମଣ୍ଡଳୀ ସଦର ବ୍ଲକ ଅର୍ନ୍ତଗତ ୨୨ ନଂ. ଜୋନସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ବଲାଙ୍ଗିରର ଯୁବନେତା ଅର୍କେଶ ନାରାୟଣ ସିଂହଦେଓ ଯୋଗଦେଇ କର୍ମକର୍ତ୍ତାଙ୍କୁ କର୍ମଠ, ସୁସଙ୍ଗଠିତ ତଥା ନିର୍ଭୟରେ ଆଗାମୀ ପଞ୍ଚାୟତ ନିର୍ବାଚନରେ ସମସ୍ତେ ଏକ ଲଢୁଆ ସୈନିକ ହେବାକୁ ଆହ୍ୱାନ ଦେଇଥିଲେ। ଏହି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଯୁବନେତା ଅର୍କେଶ ନାରାୟଣଙ୍କ ନେତୃତ୍ୱକୁ ସମର୍ଥନ କରି ବିଭିନ୍ନ ପଞ୍ଚାୟତର କଂଗ୍ରେସ ଓ ବିଜେପି କର୍ମୀ ଯଥା ମିର୍ଧାପାଲି ପଞ୍ଚାୟତର ଦନାର୍ଦନ ପଟେଲ, ସୁବଲ ନାଏକ, ସରୋଜ ରାଉତ, ଦିଗାମ୍ବର ଅତାବରିଆ, ପରମେଶ୍ୱର ଭୁଏ, କାଲିଆ ଜାଲ, ଚନ୍ଦନଭାଟି ପଞ୍ଚାୟତରୁ ଜୟନାରାୟଣ ମେହେର, ମଣ୍ଟୁ ବେହେରା, ଭିଷ୍ମ ମେହେର, ସରୋଜ ମେହେର, ଖେଜରା ମେହେର, ନେଜେରା ମେହେର, ସୁବଲ ମେହେର, ବୁଲୁ ମେହେର, ହାଡୁ ପୁଟେଲ, ପ୍ରଶାନ୍ତ ସାହୁ, ଶିଲୁ ମନହୀରା, ଟଙ୍କ ମନହୀରା, ତପ ବୁଡେକ, ଜପ ବୁଡେକ, କୁମର ମନହୀରା, ରାଜୁ ନନ୍ଦ, ଆଶିଶ ସୁନା, ରାଜନ ନନ୍ଦ, ନାରାୟଣ କୁମ୍ଭାର, ନିଲୁ ମନହୀରା, ବିରେନ୍ଦ୍ର ମରେହି, ସୁଶାନ୍ତ ସୁନା, ନସିବ ମନହିରା, ହେମନ୍ତ ମରେଇ, ମିଙ୍କୁ ପୁରୋହିତ, ହିରୋଜ ବେହେରା, ଜଗନ୍ନାଥ ମେହେର, ହୃଷିକେଶ ମେହେର, କୁଟୁମ୍ବଡୋଲା ପଞ୍ଚାୟତର ଅରବିନ୍ଦ ଦିପ, ପିତବାସ ପଟେଲ, ଯୋଗେନ୍ଦ୍ର ବିଶ୍ୱାଲ ପ୍ରମୁଖ ବିଜେଡିରେ ସ୍ୱେଚ୍ଛାକୃତଭାବେ ଯୋଗଦାନ କରିଛନ୍ତି। ବ୍ଲକ ଅଧ୍ୟକ୍ଷ ଗୋଲାପ ବାଗ, ଜିଲ୍ଲା ଯୁବ ବିଜେଡି ସଭାପତି ରାଜେନ୍ଦ୍ର ପ୍ରସାଦ ହୋତା, ଜିଲ୍ଲା ସାଧାରଣ ସମ୍ପାଦକ କୈଳାସ ଚନ୍ଦ୍ର ମହାନ୍ତି, ଜିଲ୍ଲା ସମ୍ପାଦକ କୁଳମଣି ମେହେର, କାର୍ଯ୍ୟକାରୀ ସଦସ୍ୟ ସନ୍ତୋଷ ଦନ୍ତା, ଶିକାଛିଡା ସମିତି ସଭ୍ୟ ନିହାର ରଞ୍ଜନ ସ୍ୱାଇଁ, ବ୍ଲକ ମହିଳା ସଭାପତି ରିନା ଭରାସାଗର, ୨୩ ନଂ. ଜୋନ ଜିଲ୍ଲାପରିଷଦ ସତ୍ୟନାରାୟଣ ଭୋଇ, ସରୋଜ ସ୍ୱାଇଁ, ସୁରୁସୂତା ବାଗ ବକ୍ତବ୍ୟ ରଖିଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ସାହାଜବାହାଲ ସରପଞ୍ଚ ପ୍ରଦ୍ୟୁମ୍ନ କୁମାର ହୋତା।  ବ୍ଲକ ଯୁବ କାର୍ଯ୍ୟକାରୀ ସଭାପତି ଚାଇନା ମେହେର ଧନ୍ୟବାଦ ଦେଇଥିଲେ।