ଜବାବ ଦେଲା ବିଜେଡି, ବିଜେପି ଚାଲ୍ ସଫଳହେବ ନାହିଁ

କୋଠପଦା /ମାହାଙ୍ଗା,ଏନ୍ଏନ୍ଏସ୍: ମାହାଙ୍ଗା ଗସ୍ତକରି ଡବଲ ମର୍ଡର ଘଟଣାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯେଉଁ ବିବୃତି ଦେଇଛନ୍ତି ସେ ସମ୍ପର୍କରେ ପ୍ରତିକ୍ରିୟା ରଖିଛି ବିଜେଡି। ଗୌଡପଡ଼ା ଡାକବଙ୍ଗଳାରେ ସାମ୍ବାଦିକ ସମ୍ମିଳନୀ କରି ବିଜେଡି ନେତା କହିଛନ୍ତି ଯେ ୨୦୧୭ରେ ପ୍ରଧାନମନ୍ତ୍ରୀ ଆବାସ ଓ ମନରେଗା କାର୍ଯ୍ୟରେ ଦୁର୍ନୀତି ହେଉଥିବା ନେଇ ଆନନ୍ଦପୁର ପଞ୍ଚାୟତର ପୂର୍ବତନ ସମିତିସଭ୍ୟ ରାମଚନ୍ଦ୍ର ବେହେରା , ବରାହୀପୁର ସରପଞ୍ଚ କିଶୋର ରାଉତ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କ ନିକଟରେ ଅକ୍ଟୋବର ୩ ତାରିଖରେ ଏକ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ଏକ କେନ୍ଦ୍ରୀୟ ଟିମ୍ ମାହାଙ୍ଗା ବ୍ଲକ୍ରେ ପହଞ୍ଚି ତଦନ୍ତ କରିଥିଲେ। ତଦନ୍ତରେ କି ତଥ୍ୟମିଳିଲା ତାହା ଧର୍ମେନ୍ଦ୍ର ବାବୁଙ୍କୁ ଜଣା। ଜଣେ ବରିଷ୍ଠ କେନ୍ଦ୍ରମନ୍ତ୍ରୀ ହୋଇ ସେ ମିଥ୍ୟା ମନ୍ତବ୍ୟ ଦେବା ଦୁର୍ଭାଗ୍ୟଜନକ ବୋଲି ମାହାଙ୍ଗା ପଞ୍ଚ।।ୟତ ସମିତି ଅଧ୍ୟକ୍ଷ ଶରତ ନାୟକ କହିଛନ୍ତି। ଏଥିରେ ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ କିଶୋର ସିଂହ ଯୋଗଦେଇ କୁଳମଣିଙ୍କ ୨୦ବର୍ଷର କଂଗ୍ରେସ ରାଜନୀତି ସମୟ ମଧ୍ୟରେ ରାଜନୈତିକ ଶତ୍ରୁତା ଯୋଗୁଁ ଲଳିତଗିରି ଗ୍ରାମରେ ଧନି ପରିଡ଼ା , ରାହାଣିଆରେ ରାମଚନ୍ଦ୍ର ସିଂହଙ୍କୁ ହତ୍ୟା କରାଯିବା ସହ କୁଳମଣି ଓ ତାଙ୍କ ପରିବାର ସଦସ୍ୟଙ୍କ ନାମରେ ୧୯ରୁ ଊଦ୍ଧ୍ୱର୍ ଅପରାଧିକ ମାମଲା କୋର୍ଟରେ ବିଚାରାଧୀନ ରହିଛି। ଏଥିରୁ ସେ କେଉଁ ରାଜନୀତି କରୁଥିଲେ ତାହା ସମସ୍ତଙ୍କୁ ଜଣା ବୋଲି କହିଥିଲେ। ବିଜେପିର ନେତାମାନେ ମନ୍ତ୍ରୀ ପ୍ରତାପ ଜେନାଙ୍କ ଜନହିତକର କାର୍ଯ୍ୟକୁ ସହ୍ୟ କରିପାରୁନାହାନ୍ତି। ତାଙ୍କୁ ବଦନାମ କରି ଏହି ହତ୍ୟାକାଣ୍ଡ ଘଟଣାରେ ଫସାଇବା ପାଇଁ ହୀନ ରାଜନୀତି କରୁଛି ଏବଂ ବିଜେପିର ଏହି ଚାଲ କେବେ ସଫଳ ହେବନାହିଁ ବୋଲି ନେତୃବୃନ୍ଦ କହିଛନ୍ତି। ଏଥିରେ ବ୍ଲକ୍ ଯୁବ ବିଜେଡି ସଭାପତି ଶରତ ମହାପାତ୍ର , ବରିଷ୍ଠ ବିଜେଡି ନେତା କୈଳାସଚନ୍ଦ୍ର ସ୍ୱାଇଁ ଓ ହୃଷିକେଶ ବେହୁରା ଉପସ୍ଥିତ ଥିଲେ ।