ବରିଷ୍ଠ ବିଜେପି ସଂଗଠକ ବିପ୍ର ପ୍ରଧାନଙ୍କ ପରଲୋକ

କ.ନୂଆଗାଁ,ଫୁଲବାଣୀ, ଏନ୍ଏନ୍ଏସ୍: ଶୁକ୍ରବାର କନ୍ଧମାଳ ଜିଲ୍ଲାର ବରିଷ୍ଠ ବିଜେପି ସଂଗଠକ ତଥା ଆଦିବାସୀ ନେତା ବିପ୍ର ଚରଣ ପ୍ରଧାନଙ୍କ(୪୮) ଅକାଳ ବିୟୋଗ ହୋଇଛି। ସ୍ୱର୍ଗତ ବିପ୍ର ବିଜେପିର ଆଦିବାସୀ ମୋର୍ଚ୍ଚା ଜିଲ୍ଲା ସାଧାରଣ ସମ୍ପାଦକ ସହିତ ବନବାସୀ କଲ୍ୟାଣୀ ଆଶ୍ରମର ମଧ୍ୟ ଦାୟିତ୍ୱ ତୁଲାଉଥିଲେ। ସେ କ.ନୂଆଗାଁ ବ୍ଲକର ସିର୍ତ୍ତିଗୁନା ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ଥିଲେ। ତାଙ୍କର ନିଜ ଘର କ.ନୂଆଗାଁ ବ୍ଲକ ଗିଜୁ ଗ୍ରାମରେ। ତାଙ୍କ ମୃତ୍ୟୁ ଖବରପାଇ ବାଲିଗୁଡା ବିଧାୟକ ଚକ୍ରମଣି କହଁର, ବିଜେପି ଜିଲ୍ଲା ସଭାପତି ଜଗନ୍ନାଥ ସାହୁ, ଜିଲ୍ଲା ଯୁବ ମୋର୍ଚ୍ଚ ସଭାପତି ରଞ୍ଜିତ ସାହୁ , ସୁରେନ୍ଦ୍ର ପାତ୍ର , କ୍ଷମା ସାଗର ପ୍ରଧାନ, ବାଲିଗୁଡ଼ା ମଣ୍ଡଳ ସଭାପତି ଦିବାକର ସାହୁ, ନଗର ଯୁବମୋର୍ଚ୍ଚା ସଭାପତି ସିଭାସିଷ ମିଶ୍ର, ନଗର ସାଧାରଣ ସମ୍ପାଦକ ଆଦିକନ୍ଦ ପଟ୍ଟନାୟକ, ରମାନନ୍ଦ ଘଡ଼େଇ, ମନୋଜ କୁମାର ରଥ, ରମଣ ପ୍ରଧାନ , କ.ନୂଆଗାଁ ବିଜେପି ମଣ୍ଡଳ ସଭାପତି ଲମ୍ବୁରା ପ୍ରଧାନ , ଜିଲ୍ଲା ପରିଷଦ ସଭ୍ୟା ବିମଳା ଦିଗାଲ ପ୍ରମୁଖ ଶେଷ ଦର୍ଶନ କରିଥିଲେ।