ବଲାଙ୍ଗୀର,ଏନ୍ଏନ୍ଏସ୍: ଅଲ୍ ଓଡ଼ିଶା ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି । ପ୍ରଥମ ଦିନର ଖେଳ ବିଲେଇସର୍ଡା ଓ ଭବାନୀପାଟଣା ମଧ୍ୟରେ ହୋଇଥିଲା । ନିର୍ଦ୍ଧାରିତ ସମୟ ସୁଦ୍ଧା କେହି କାହାରିକୁ ଗୋଲ ଦେଇ ନ ପାରିବାରୁ ଟାଇ ବ୍ରେକରର ସାହାଯ୍ୟ ନିଆଯାଇଥିଲା । ଏଥିରେ ବିଲେଇସର୍ଡା ୪-୨ ଗୋଲରେ ଭବାନୀପାଟଣାକୁ ପରାସ୍ତ କରିଥିଲା । ଏହି ଟୁର୍ଣ୍ଣାମେଣ୍ଟକୁ ପୁଇଁନ୍ତଲା ବ୍ଲକ ଚେୟାରମ୍ୟାନ ମନୋଜ କୁମାର ପ୍ରଧାନ ମୁଖ୍ୟଅତିଥି ରୂପେ ଯୋଗଦେଇ ଉଦ୍ଘାଟନ କରିଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ସ୍ଥାନୀୟ ସରପଞ୍ଚ ସୁଶାନ୍ତ କୁମାର ଛତ୍ରିଆ, ପୂର୍ବତନ ସରପଞ୍ଚ ପ୍ରସନ୍ନ କୁମାର ବିଶ୍ୱାଳ, ବରିଷ୍ଠ ଶିକ୍ଷକ କିଶୋର ଚନ୍ଦ୍ର ବିଶ୍ୱାଳ, ନୀଳକଣ୍ଠ ପ୍ରଧାନ ଓ ନିମେଇଁ ଚରଣ ପ୍ରଧାନ ମଞ୍ଚାସୀନ ଥିଲେ । ସଭାପତି ମଧୁସୂଦନ ପ୍ରଧାନଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇଥିଲା ।