ଝରିଗାଁ,ଏନ୍ଏନ୍ଏସ୍: ନବରଙ୍ଗପୁର ଜିଲ୍ଲା ଝରିଗାଁ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହାନ ଚଳାଚଳବେଳେ ଚଳିତ ବର୍ଷର ନୂତନ ଭେଇକେଲ ଆକ୍ଟ ଅନୁସାରେ ଲାଗୁ କରାଯାଇଥିବା ନିୟମାବଳୀକୁ ଏପ୍ରିଲ ପହିଲାରୁ କଡ଼ାକଡ଼ି ଯାଞ୍ଚ କରାଯାଉଥିବା ଦେଖିବାକୁ ମିଳିଛି । ଝରିଗାଁ ଥାନା ଅଧିକାରୀ ତପନ କୁମାର ପତିଙ୍କ ସୂଚନା ପ୍ରକାରେ ଚଳିତ ମାସର ପ୍ରଥମ ସପ୍ତାହ କିମ୍ବା ୭ ତାରିଖ ପର୍ଯ୍ୟନ୍ତ ଗାଡ଼ି ଚାଳକଠାରୁ ଜୋରିମାନା ଆଦାୟ କରାଯିବ । ବର୍ତ୍ତମାନ ସମୁଦାୟ ୧ ଲକ୍ଷ ୧୦ ହଜାର ଟଙ୍କା ଆଦାୟ ହୋଇଥିବା ଶ୍ରୀ ପତି ସୂଚନା ଦେଇଛନ୍ତି । ଗାଡ଼ିର ଗତି, ଫିଟନେସ, ବୀମା, ହେଲମେଟ ବ୍ୟବହାର ଓ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଇତ୍ୟାଦି ଉପରେ ଝରିଗାଁ ପୁଲିସ ପକ୍ଷରୁ କଡ଼ାକଡ଼ି ଯାଞ୍ଚ ଚାଲିଛି ।