ଛିଡ଼ାହୋଇଥିବା ଟ୍ରାକ୍ଟରକୁ ପିଟିଲା ବାଇକ୍, ଜଣେ ମୃତ ୨ଗୁରୁତର

କଳାହାଣ୍ଡି,ଏନ୍ଏନ୍ଏସ୍: ଛଡ଼ାହୋଇଥିବା ଟ୍ରାକ୍ଟରକୁ ଏକ ବାଇକ୍ ଦ୍ରୁତଗତିରେ ଆସି ଧକ୍କାଦେଇଥିଲା। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁସାରେ କଳାହାଣ୍ଡି ଜିଲ୍ଲା ସଦର ଥାନା ଅନ୍ତର୍ଗତ ବେଳାମାଲ ନିକଟରେ ଏକ ଟ୍ରାକ୍ଟର ଛିଡା ହୋଇଥିବାବେଳେ କେସିଙ୍ଗା ପଟୁ ୩ ଜଣ ଗୋଟିଏ ବାଇକ୍ ଯୋଗେ ଭବାନୀପାଟଣା ଆସି ଭାରସାମ୍ୟ ହରାଇ ପିଟିଥିଲା।

ସେଠାରେ ସଦର ଥାନା ପୁଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରିବା ସହ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ। ସେଠାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଜଣ ରୋହିତ ସେନାପତି ଓ ସୁମନ ଦୁର୍ଗା ଗୁରୁତର ଅଛନ୍ତି। ଅନ୍ୟପଟେ ମୃତକଙ୍କ ପରିଚୟ ମିଳିପାରିନାହିଁ ।