ଫୁଲବାଣୀ,ଏନ୍ଏନ୍ଏସ୍:ମଙ୍ଗଳବାର ସ୍ଥାନୀୟ ପଟାବାଲି ସାହିଠାରେ ଏକ ବାଇକ୍ ଦୁର୍ଘଟଣାରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇ ଚିକିତ୍ସତ ଅଛନ୍ତି। ମୃତକ ଜଣଙ୍କ ହେଲେ ଖଜୁରୀପଡ଼ା ଥାନା ଅରାପାଜୁ ଗ୍ରାମର ଅବନି ଜାନୀ (୧୭) ଓ ଆହତ ଜଣଙ୍କ ହେଲେ ଫୁଲବାଣୀର ସୁବ୍ରତ କହଁର। ସୂଚନା ଅନୁସାରେ, ଫୁଲବାଣୀରୁ ଗୋଚ୍ଛାପଡ଼ା ଯାଉଥିବା ବେଳେ ପଟାବାଲି ସାହି ନିକଟ ଏକ ବୁଲାଣିରେ ଭାରସାମ୍ୟ ହରାଇ ପଡ଼ିଯାଇଥିଲେ। ଫଳରେ ବାଇକ୍ ଚାଳକ ଅବନୀ ଜାନୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣକ ଗୁରୁତର ହୋଇଥିଲେ। ସଦର ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ମେଡିକାଲ ପଠାଇଥିବାବେଳେ ମୃତକଙ୍କ ଶବ ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ମେଡିକାଲକୁ ପଠାଇ ଥିଲେ। ଏନେଇ ଏକ ମାମଲା ରୁଜୁ ହୋଇଛି।