ପାଟଣାଗଡ଼,ଏନ୍ଏନ୍ଏସ୍: ସହରଠାରୁ ପ୍ରାୟ ୭କିମି ଦୂର ପାଟଣାଗଡ଼- ଖପ୍ରାଖୋଲ ରାସ୍ତାର ବାଲିପଟା ପୋଲ ନିକଟରେ ୨ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ବାଲିପଟା ଗ୍ରାମର ହରିବନ୍ଧୁ ବରିହା(୩୬)ଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୨ଜଣଙ୍କୁ ଅତ୍ୟନ୍ତ ଗୁରୁତର ଅବସ୍ଥାରେ ପାଟଣାଗଡ଼ ଡାକ୍ତରଖାନା ଅଣାଯାଇଥିଲା । ସେଠାରେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ବଲାଙ୍ଗିର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି । ମିଳିଥିବା ରିପୋର୍ଟ ମୁତାବକ, କୌଣସି କାମରେ ହରିବନ୍ଧୁ ଏକ ଗ୍ଲାମର ବାଇକ ଯୋଗେ ଦେଦର୍ହ ଗ୍ରାମକୁ ଯାଇ ଫେରୁଥିବାବେଳେ ବିପରିତ ଦିଗରୁ ଆସୁଥିବା ଏକ ସୁଜୁକି ବାଇକ୍ ବାଲିପଟା ଗ୍ରାମ ନିକଟସ୍ଥ ପୋଲ ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଅତ୍ୟନ୍ତ ଗୁରୁତର ଅବସ୍ଥାରେ ହରିବନ୍ଧୁ ଏବଂ ଅନ୍ୟ ୨ଜଣଙ୍କୁ ପାଟଣାଗଡ଼ ଡାକ୍ତରଖାନା ଅଣାଯାଇଥିଲେ ମଧ୍ୟ ହରିବନ୍ଧୁଙ୍କୁ ମୃତ୍ୟୁ ହୋଇଥିଲା । ଏନେଇ ପାଟଣାଗଡ଼ ଥାନାରେ ଏକ ମାମଲା ରୁଜୁ କରାଯାଇଛି ।