କେସିଙ୍ଗାରେ ବିଜୁ ବାବୁଙ୍କ ତିରୋଧାନ ଦିବସ ପାଳିତ

କେସିଙ୍ଗା,ଏନ୍‌ଏନ୍‌ଏସ୍‌: କଳାହାଣ୍ଡି ଜିଲ୍ଲା କେସିଙ୍ଗାରେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୨୬ତମ ତିରୋଧାନ ଦିବସ ସହର ବିଜେଡି ସଭାପତି ରମେଶ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ସକାଳ ୯ଟାରେ କେସିଙ୍ଗା ନୂତନ ବସଷ୍ଟାଣ୍ଡରେ ଦଳୀୟ କର୍ମକର୍ତ୍ତା ଓ କର୍ମୀ ଏକତ୍ରିତ ହୋଇ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ‘ବିଜୁ ବାବୁ ଅମର ରହେ’ ସ୍ଲୋଗାନ ଦେଇ ମହାନ ଜନନାୟକଙ୍କ ପାଇଁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପରେ ସେଠାରୁ ବଲାଙ୍ଗିର ଛକରେ ଥିବା ବିଜୁ ବାବୁ, ରିଜେନ୍ସି ଛକରେ ଥିବା ରାଜୀବ ଗାନ୍ଧୀ, ଆମ୍ବେଦକର ଛକରେ ଥିବା ଆମ୍ବେଦକର ଓ ଜଗନ୍ନାଥପଡ଼ା ଇଭିନିଂ ଷ୍ଟେଟ ବ୍ୟାଙ୍କ ନିକଟରେ ଥିବା ଗାନ୍ଧିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ସମସ୍ତ ମହାପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହି ଅବସରରେ କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କୁ ଫଳ ବଣ୍ଟା ଯାଇଥିଲା । ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି, ଏନଏସି ଅଧ୍ୟକ୍ଷ ନୃପରାଜ ଯାଦବ, ଏନଏସି ଉପାଧ୍ୟକ୍ଷା ସରସ୍ୱତୀ ସାହା, ବ୍ଲକ ସଭାପତି ପୁରୁଷୋତ୍ତମ ମହଲା, ଜିଲ୍ଲା ସମ୍ପାଦକ ସୁରେଶ ମହାନନ୍ଦ, ରାମଜି ମାତଖଣ୍ଡିଆ ଓ ଉତ୍ତର ମହଲା ପ୍ରମୁଖଙ୍କ ସହ କେସିଙ୍ଗା ବିଜେଡିର ଅନେକ କର୍ମକର୍ତ୍ତା ଯୋଗ ଦେଇଥିଲେ ।