ମୁମ୍ବାଇ,ଏଜେନ୍ସି:ଏନସିବିର ମୁମ୍ବାଇ ଶାଖାକୁ ବଡ଼ ସଫଳତା। ମୁମ୍ବାଇର ଜଣେ ବଡ ଡ୍ରଗ୍ସ ସପ୍ଲାୟର୍ ଆଜମ୍ ଶେଖ୍ ଜୁମନକୁ ଧରିଛି ଏନସିବି। ଏନସିବି ପକ୍ଷରୁ ଆଜମର ମୁମ୍ବାଇ ମିଲ୍ଲତ ନଗରସ୍ଥିତ ଘରେ ଚଢଉ ହୋଇଥିଲା। ସ୍ଥାନୀୟ ପୁଲିସ ଓ ଏନସିବିର ୪ ଜଣିଆ ଟିମ୍ ମିଳିତ ଭାବେ ଏହି ଚଢ଼ଉ କରିଥିଲେ।
ଅଭିଯୋଗ ଅନୁସାରେ ଆଜମ୍ ଶେଖ୍ ସିଧାସଳଖ ହିମାଚଳ ପ୍ରଦେଶରୁ ଡ୍ରଗ୍ସ ଆଣି ବଡ଼ ବଡ଼ ସପ୍ଲାଏରମାନଙ୍କୁ ଦେଉଥିଲା। ଧରପଗଡ଼ରୁ ରକ୍ଷା ପାଇବା ପାଇଁ ବିଭିନ୍ନ ଡ୍ରଗ୍ସ ପାଇଁ ଭିନ୍ନ ଭିନ୍ନ କୋର୍ଡୱାର୍ଡ ଯଥା- ହାଇକ୍ୱାଲିଟି ନିଷାଦ୍ରବ୍ୟ ପାଇଁ କୋର୍ଡୱାର୍ଡ-ଆଇସ କ୍ରିମ୍ ଓ ମାଲାନା କ୍ରିମ୍, କୋକନି ପାଇଂ ପଥର ବୋଲି କୋର୍ଡ ୱାର୍ଡ ବ୍ୟବହାର କରୁଥିଲା।
ଚଢ଼ଉ ପରେ ତାକୁ ଗିରଫ କରି ପଚରାଉଚରା ପାଇଁ ଏନସିବି ଅଫିସକୁ ଅଣାଯାଇପାରେ ବୋଲି ସୂଚନା ମିଳିଛ। ପାଖାପାଖି ୭ ଘଣ୍ଟାର ସର୍ଚ୍ଚ ଅପରେସନ୍ ପରେ ୫ କିଲୋ ମଲାନା କ୍ରିମ୍ ଜବତ କରାଯାଇଛି, ଯାହାର ମୂଲ୍ୟ ୨.୫କୋଟି ହେବ। ଏଥି ସହିତ ଅଳ୍ପ ପରିମାଣରେ ଅଫିମ, ଡ୍ରଗ୍ସ ଓ ନଗଦ ୧୩.୫ ଲକ୍ଷ ଟଙ୍କା ଜବତ ହୋଇଛି।