ତାଲିବାନ୍‌କୁ ଆଉ ଏକ ବଡ଼ ଝଟ୍‌କା, ମନ୍ୟତା ଦେବାକୁ ସିଧାସିଧା ମନା କରିଦେଲା ୟୁରୋପିଆନ୍‌ ୟୁନିୟନ୍‌

କାବୁଲ୍‌,ଏନ୍ଏନ୍ଏସ୍: ଆଫଗାନିସ୍ତାନକୁ କବଜାକୁ ନେବା ପରେ ତାଲିବାନ୍‌କୁ ଆଉ ଏକ ବଡ଼ ଝଟ୍‌କା ଲାଗିଛି। ୟୁରୋପିଆନ୍‌ ୟୁନିୟନ୍ ତାଲିବାନ୍‌କୁ ମାନ୍ୟତା ଦେବାକୁ ମନା କରିଦେଇଛି। ୟୁରୋପିଆନ୍‌ କମିଶନ ପ୍ରେସିଡେଣ୍ଟ ଉରସୁଲା ବୋନ ନିୟେନ୍ ଏନେଇ କହିଛନ୍ତି ଯେ, ତାଲିବାନ୍‌କୁ କେବଳ ମାନ୍ୟତା ଦିଆଯିବ ନାହିଁ ଏହାସହିତ ଆତଙ୍କବାଦୀଙ୍କ ସହିତ କୌଣସି ରାଜନୈତିକ କଥାବାର୍ତ୍ତା ମଧ୍ୟ ହେବ ନାହିଁ।

ଆଫଗାନିସ୍ତାନକୁ ପାଖାପାଖି ସପ୍ତାହେ ପୂର୍ବରୁ ତାଲିବାନ୍‌ କବ୍‌ଜାକୁ ନେଇଛି। ଯାହାକୁ ନେଇ ୟୁନିଅନ୍‌ ଏହି ବୟାନ ଜାରି କରିଛି। ଲିୟେନ୍‌ କହିଛନ୍ତି ଯେ, ଚଳିତ ବର୍ଷ ଆଫଗାନିସ୍ତାନ ପାଇଁ ୫୭ ମିଲିୟନ୍‌ ୟୁରୋ ଦିଆଯିବାକୁ ଅନୁମତି ଦିଆଯାଇଥିଲା। ୟୁନିଅନ୍‌ ମାନବଧିକାରର ସୁରକ୍ଷା ଏବଂ ଏହାକୁ କାର୍ଯ୍ୟକାରୀ କରିବକୁ ପ୍ରତିବଦ୍ଧ। ସଂଖ୍ୟାଲଘୁଙ୍କୁ ଭଲରେ ଜୀବନ ଯାପନ କରିବା ଏବଂ ମହିଳା ଓ ଯୁବତୀ ମାନଙ୍କୁ ସମ୍ମାନ ଦେବା ପାଇଁ ୟୁନିୟନ୍‌ ସର୍ବଦା କାର୍ଯ୍ୟ କରିଆସୁଛି।

ୟୁରୋପିଅନ୍‌ କମିସନ୍‌ ଅଧ୍ୟକ୍ଷ ଆହୁରି କହିଛନ୍ତି ଯେ, ଆମେ ତାଲିବାନ୍‌ ଦ୍ୱାରା ଦିଆଯାଇଥିବା ଭଲ ପ୍ରତିଶୃତିକୁ ବିଚାର କରିପାରୁ କିନ୍ତୁ ଏହାର ପ୍ରତ୍ୟକ କାମକୁ ଆମେ ଭଲରେ ତର୍ଜମା କରିବୁ। କମିସନ ୟୁରୋପିଅନ୍‌ ଦେଶଙ୍କୁ ଅର୍ଥ ଦେବାକୁ ପ୍ରସ୍ତୁତ ଥିଲା ଯାହାକି ପ୍ରବାସୀ ମାନଙ୍କୁ ମଧ୍ୟ ସହାୟତା ହେଉଥିଲା। ପ୍ରବାସୀ ମାନଙ୍କୁ ପୁନର୍ବାସ କରିବାକୁ ନେଇ ପୁଣିଥରେ ଜି ସେଭେନ୍‌ ବୈଠକରେ ମୁଦ୍ଦା ଉଠାଇବେ ବୋଲି ନିୟେନ୍‌ କହିଛନ୍ତି।