ଗୁଗଲରୁ ବାହାରିବେ ୧୦ହଜାର କର୍ମଚାରୀ

ନୂଆଦିଲ୍ଲୀ,ଏଜେନ୍ସି: ଏବେ ଚାଲିଛି ଟେକ୍ କମ୍ପାନୀମାନଙ୍କରେ ଛଟେଇ ପର୍ବ । ଗୋଟିଏ ପରେ ଗୋଟିଏ ଅନେକ ଟେକ୍ କମ୍ପାନୀମାନେ ନିଜର କର୍ମଚାରୀଙ୍କୁ ଚାକିରିରୁ ବାହାର କରି ସାରିଛନ୍ତି ଏବଂ ଏବେ ଗୁଗଲ ମଧ୍ୟ ଏହି ତାଲିକାରେ ସାମିଲ ହୋଇ ସାରିଛି । ଆଲଫାବେଟ୍ ପ୍ୟାରେଣ୍ଟ କମ୍ପାନୀ ଗୁଗଲର ଯୋଜନା ପାଖାପାଖି ୧୦ ହଜାର କର୍ମଚାରୀଙ୍କୁ ବାହାର କରିବ । ଅନ୍ୟ କମ୍ପାନୀ ଗୁଡ଼ିକ ପରି ଗୁଗଲ ଉପରେ ବି ଡାଉନସାଇଜିଂର ପ୍ରଭାବ ବଢ଼ି ଚାଲିଛି । ଏକ ରିପୋର୍ଟରୁ ଜଣାପଡ଼ିଛି କି, ଗୁଗଲ ମ୍ୟାନେଜରଙ୍କୁ ଖରାପ ପ୍ରଦର୍ଶନ କରୁଥିବା କର୍ମଚାରୀଙ୍କର ଅନୁଧ୍ୟାନ କରିବାକୁ କୁହାଯାଇଛି । ସାମ୍ନାକୁ ଆସିଛି କି, କମ୍ପାନୀ ନିଜର ପାଖାପାଖି ୬ ପ୍ରତିଶତ କର୍ମଚାରୀଙ୍କୁ ଛୁଟି କରିବାର ଅଛି । ଏହି ଆଧାରରେ ଏହା ସ୍ପଷ୍ଟ କି ୧୦ହଜାର ପାଖାପାଖି କର୍ମଚାରୀଙ୍କର ଚାକିରି ଯିବ । ଗୁଗଲ ରାଙ୍କିଂ ସିଷ୍ଟମର ବ୍ୟବହାର କରି ଲୋ-ରାଙ୍କିଂର କର୍ମଚାରୀଙ୍କୁ ବାହାର କରିପାରେ ।

ଗୁଗଲ ଗତ ତିନି ମାସରେ ଖୁବ୍ ଭର୍ତ୍ତି କରିଥିଲା ଏବଂ ବହୁତ କର୍ମଚାରୀ କମ୍ପାନୀ ସହ ଯୋଡ଼ି ହୋଇଥିଲେ । ବିଶେଷଜ୍ଞମାନେ ପୂର୍ବରୁ ବି କମ୍ପାନୀକୁ ଏହାର ଦ୍ରୁତ ଗତିରେ ବଢ଼ୁଥିବା ୱାର୍କଫୋର୍ସ ଓ ଏହାର ଦରମା ସଂପର୍କିତ ସୂଚନା ଦେଇ ସତର୍କ କରାଉଥିଲେ । କୋଟିପତି ଇନଭେଷ୍ଟର କ୍ରିଷ୍ଟଫର ହନ୍ ଦାବି କରିଥିଲେ କି ଗୁଗଲ ନିଜର କର୍ମଚାରୀଙ୍କୁ ଇଣ୍ଡଷ୍ଟ୍ରୀର ତୁଳନାରେ ଅଧିକ ପେମେଣ୍ଟ କରୁଛି ଏବଂ ଆବଶ୍ୟକତା ଠାରୁ ଅଧିକ କର୍ମଚାରୀ ନିଯୁକ୍ତି ଦେଉଛି । ସୂଚନାଯୋଗ୍ୟ, ଟେକ୍ କମ୍ପାନୀ ପୂର୍ବରୁ ବି ଘୋଷଣା କରିଥିଲା କି,ବର୍ଷର ଶେଷ ତିନିମାସରେ ହାୟରିଂର ପ୍ରକ୍ରିୟା ଧୀମା କରିଦିଆ ଯିବ । ହେଲେ ବର୍ତ୍ତମାନର ପରିସ୍ଥିତି ଯୋଗୁଁ ଏହି କମ୍ପାନୀଙ୍କୁ ସାଧାରଣ ସ୍ଥିତିରୁ ପାଖାପାଖି ୩ଗୁଣା କର୍ମଚାରୀଙ୍କୁ ବାହାର କରିବାକୁ ପଡ଼ୁଛି । ସୂଚନା ଯେ, ଏବେ ଆଲଫାବେଟ୍‌ରେ ପାଖାପାଖି ୧,୮୭,୦୦୦ଜଣ କର୍ମଚାରୀ କାମ କରୁଛନ୍ତି ଏବଂ ଏହା ଟେକ୍ ଇଣ୍ଡଷ୍ଟ୍ରୀର ସବୁଠୁ ବଡ଼ କମ୍ପାନୀ ।