ବଲିଉଡ ଡ୍ରଗ୍ସ ଲିଙ୍କ ମାମଲାରେ ଦିଲ୍ଲୀରେ ବଡ଼ ବୈଠକ

ନୂଆଦିଲ୍ଲୀ: ବଲିଉଡ ଡ୍ରଗ୍ସ ଲିଙ୍କରେ ଏବେ ଅନେକ ବଲିଉଡ ସେଲିବ୍ରିଟିଙ୍କ ଚିନ୍ତା ବଢ଼ିଯିବ। ବଲିଉଡ ଡ୍ରଗ ଲିଙ୍କ ନେଇ ଆଜି ଦିଲ୍ଲୀରେ ଏକ ବଡ଼ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଏଥିରେ ଏନସିବିର ଅନେକ ବଡ଼ ଅଧିକାରୀ ସାମିଲ ହେବେ। ଉକ୍ତ ବୈଠକ ପରେ ଏନସିବିକୁ ଯେଉଁ ସେଲିବ୍ରିଟିଙ୍କ ସମ୍ପର୍କରେ ସୂଚନା ମିଳିଛି ସେମାନଙ୍କୁ ସମନ ଜାରି କରାଯିବ। ଏଥିସହିତ ଆଗାମୀ ଦିନର ରଣନୀତି ସମ୍ବନ୍ଧରେ ଆଲୋଚନା କରାଯିବ ବୋଲି ଜଣାପଡ଼ିଛି। ରିୟା ଚକ୍ରବର୍ତ୍ତୀ ଓ ଅନ୍ୟମାନଙ୍କୁ ଜେରା କରିବା ସମୟରେ ହିଁ ବଲିଉଡର ୨୫ ସେଲିବ୍ରିଟିଙ୍କ ନାଁ ସାମ୍ନାକୁ ଆସିଥିଲା।

ସୂଚନାଯୋଗ୍ୟ, ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ହତ୍ୟା ମାମଲାରେ ଏନସିବିକୁ ବଲିଉଡର ଡ୍ରଗ୍ସ ବ୍ୟବସାୟୀ ସଂଘ ସମ୍ବନ୍ଧରେ ସୂଚନା ମିଳିଛି। ଆଉ ଏଥିରେ ଅନେକ ବଡ଼ ବଡ଼ ସେଲିବ୍ରିଟିଙ୍କ ନାମ ସାମ୍ନାକୁ ଆସିଛି।