ବାଲେଶ୍ୱରରେ ହେବ ଆଉ ଏକ କୋଭିଡ ହସ୍ପିଟାଲ : ମୁଖ୍ୟଶାସନ ସଚିବ

ବାଲେଶ୍ୱର, ଏନ୍ଏନ୍ଏସ୍: ବାଲେଶ୍ୱରରେ ସ୍ଥାପନ ହେବାକୁ ଯାଉଛି ଆଉ ଏକ କୋଭିଡ ହସ୍ପିଟାଲ। ବାଲେଶ୍ୱର ଜିଲ୍ଲାରେ କରୋନା ସ୍ଥିତି ସମୀକ୍ଷା ସମୟରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏନେଇ ସୂଚନା ପ୍ରଦାନ କରିଛନ୍ତି। ନୂଆ କୋଭିଡ ହସ୍ପିଟାଲରେ ୧୦୦ ଶଯ୍ୟା ସହ ଆଇସିୟୁ ଓ ଓଟି ବ୍ୟବସ୍ଥା ମଧ୍ୟ ରହିବ। ପୂର୍ବରୁ କୋଭିଡ ହସ୍ପିଟାଲ ରୂପେ ପରିଚାଳିତ ହେଉଥିବା ଜ୍ୟୋତି ହସ୍ପିଟାଲକୁ ୧୦ଜଣ ନର୍ସ ତୁରନ୍ତ ଯୋଗାଇ ଦିଆଯିବ। ଏଥିସହିତ ୨୦୦ରୁ ଅଧିକ ପାରାମେଡିକାଲ ଷ୍ଟାଫଙ୍କୁ ନେଇ ଜନ ସମ୍ପର୍କ ଅଭିଯାନ କରାଯିବ। ବୟସ୍କ ଓ ରୋଗାକ୍ରାନ୍ତଙ୍କ ସୁରକ୍ଷା ପାଇଁ ଏହି ଜନ ସମ୍ପର୍କ ଅଭିଯାନ କରାଯିବ ବୋଲି ସୂଚନା ମିଳିଛି।