କରୋନା ସଚେତନତା ପାଇଁ ସାଇକେଲ ରାଲି

ଝାରସୁଗୁଡା,ଏନ୍ଏନ୍ଏସ୍: କରୋନା ସଚେତନତା ପାଇଁ ଜେସିଆଇ କ୍ଲବ ଝାରସୁଗୁଡା ପକ୍ଷରୁ ମନମୋହନ ସ୍କୁଲ ପଡିଆରୁ ବେହେରାମାଲ ଛକ ଯାଏ ଆଜି ଏକ ସାଇକେଲ ରାଲି ହୋଇଥିଲା। ଏହି ରାଲିରେ ନୋ ମାସ୍କ ନୋ ଏଣ୍ଟ୍ରି, ସାମାଜିକ ଦୂରତା ଅବଳମ୍ବନ, ହାତ ବାରାମ୍ବାର ଧୋଇବା, ମାସ୍କ ପିନ୍ଧିବା ଆଦି ବିଷୟରେ ସଚେତନ କରାଯାଇଛି। ସେହିପରି ଲାୟନ୍ସ କ୍ଲବ ଝାରସୁଗୁଡା ପକ୍ଷରୁ ମଧ୍ୟ ନୋ ମାସ୍କ ନୋ ଏଣ୍ଟ୍ରିର ପୋଷ୍ଟର ସହର ସମସ୍ତ ଦୋକାନକୁ ଯାଇ ମାସ୍କ ନ ପିନ୍ଧିଥିବା ଲୋକଙ୍କୁ ଦୋକାନ ଭିତରକୁ ପ୍ରବେଶ ନ କରାଇବା ପାଇଁ ସଚେତନ କରିଥିଲେ।