ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱର ସାଂସଦ ଅପରାଜିତ ଷଡ଼ଙ୍ଗୀ ସଂସଦରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ ଉଠାଇଛନ୍ତି । ଏନଏମଏ ଅନୁମିତା ବିନା ଖନନ କାର୍ଯ୍ୟ ଚାଲିଥିବା ଅପରାଜିତା ଅଭିଯୋଗ କରିଛନ୍ତି । ବେଆଇନ ଭାବେ ଶହେ ମିଟର ପରିଧି ଭିତରେ ବ୍ୟାପକ ଖନନ ଚାଲିଛି । ରାଜ୍ୟ ସରକାର ନିଷିଧ୍ୟାଞ୍ଚଳ ଭିତରେ ଖନନ କାର୍ଯ୍ୟ ଚଲାଇଛନ୍ତି। ବିକାଶ କାର୍ଯ୍ୟ ହେଉ କିନ୍ତୁ ଆଇନ ପରିଧି ଭିତରେ ହେଉ ବୋଲି ଅପରାଜିତା କହିଛନ୍ତି ।
ଅନ୍ୟପଟେ ଅପରାଜିତାଙ୍କ ଅଭିଯୋଗକୁ ପୁରୀ ସାଂସଦ ପିନାକୀ ମିଶ୍ର ଖଣ୍ଡନ କରିଛନ୍ତି । ଏନଏମଏର ଏନଓସିରେ କାମ ଚାଲିଛି । କିଛି ଖନନ ହେଉନି, କେବଳ ୪ଟି ଟଏଲେଟ୍ ତିଆରି ହେଉଛି । ଏହାଦ୍ୱାରା ମନ୍ଦିର ଉପରେ କୌଣସି ଆଞ୍ଚ ଆସିବ ନାହିଁ ବୋଲି ଶ୍ରୀ ମିଶ୍ର କହିଛନ୍ତି ।