Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
କ୍ୟାପଟେନ ମିରାଜଙ୍କ ସଚେତନ ପଦକ୍ଷେପ ଯୋଗୁ ନିଶ୍ଚିତ ଦୁର୍ଘଟଣାରୁ ବର୍ତ୍ତଲା ଭୁବନେଶ୍ୱର-ବାଙ୍ଗାଲୋର ଏୟାର ଏସିଆ ବିମାନ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

କ୍ୟାପଟେନ ମିରାଜଙ୍କ ସଚେତନ ପଦକ୍ଷେପ ଯୋଗୁ ନିଶ୍ଚିତ ଦୁର୍ଘଟଣାରୁ ବର୍ତ୍ତଲା ଭୁବନେଶ୍ୱର-ବାଙ୍ଗାଲୋର ଏୟାର ଏସିଆ ବିମାନ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଭୁବନେଶ୍ୱରରୁ ବାଙ୍ଗାଲୋର ଯାଉଥିବା ଏୟାର ଏସିଆ ବିମାନ ଏକ ନିଶ୍ଚିନ୍ତ ଦୁର୍ଘଟଣାରୁ ବର୍ତ୍ତି ଯାଇଛି । ଉକ୍ତ ବିମାନରେ ଯାତ୍ରୀ ଥିବା ଜଣେ ପାଇଲଟଙ୍କ ସଚେତନ ପଦକ୍ଷେପ ଯୋଗୁ ବିମାନରେ ଥିବା ୧୭୦ରୁ ଊର୍‌ଦ୍ଧ୍ୱ ଯାତ୍ରୀ, ୨ଜଣ ପାଇଲଟ ଓ ୪ଜଣ ବିମାନ ପରିଚାରିକାଙ୍କ ଜୀବନ ରକ୍ଷା ପାଇଛି । ବିମାନରେ ଯାତ୍ରୀ ଥିବା ସମ୍ପୃକ୍ତ ପାଇଲଟ ଜଣକ ହେଉଛନ୍ତି କ୍ୟାପଟେନ ମିରାଜ ୟୁଷା ।

ମିଳିଥିବା ରିପୋର୍ଟ ମୁତାବକ, ଏୟାର ଏସିଆ ବିମାନ ଏୟାର ବସ୍‌-୩୨୦ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ଆନ୍ତର୍ଜାତିକ ବିମାନ ବନ୍ଦରରୁ ପ୍ରାୟ ୫ଟା ୪୫ ମିନିଟରେ ଉଡ଼ାଣ ଭରିଥିଲା । କ୍ୟାପଟେନ ମିରାଜ ସିଟ୍ ନମ୍ବର-୧ ଏଫରେ ଝରକା ପାଶ୍ୱର୍ରେ ବସିଥିଲେ । ବିମାନଟି ଟେକଅପ କରିବାର ମାତ୍ର ୧/୨ ମିନିଟ୍ ମଧ୍ୟରେ ଇଞ୍ଜିନ ବାହାର ପାଶ୍ୱର୍ରେ ଏକ ଶଦ୍ଦ ହୋଇଥିଲା ଯାହାକୁ କ୍ୟାପଟେନ ମିରାଜ ଶୁଣି ପାରିଥିଲେ । କ୍ୟାପଟେ ମିରାଜଙ୍କୁ ଝରକା ଗ୍ଲାସରୁ ଇଞ୍ଜିନର ବାହାର ପାଶ୍ୱର୍ ସମ୍ପୂର୍ଣ୍ଣ ରୂପେ ଦେଖାଯାଉଥିଲା । ସେଥିରେ ସେ ଇଞ୍ଜିନରେ କିଛି ମାଡ଼ ହୋଇଥିବା ଅନୁମାନ କରିଥିଲେ । ପରେ ଇଞ୍ଜିନର ଇନର କାଓଲ କ୍ଷତିଗ୍ରସ୍ତ ହୋଇଛି ଏବଂ ଫ୍ୟାନ୍ ବ୍ଲେଡରେ ସ୍ପାର୍କିଂ ହେଉଥିବା କ୍ୟାପଟେନ ମିରାଜ ଦେଖିଥିଲେ । ଏଭଳି ସ୍ଥିତିରେ ବିମାନ ଅଧିକ ସମୟ ଉଡ଼ାଣ କରିବା ନିଶ୍ଚିତ ବିପଦ ବୋଲି କ୍ୟାପଟେନ ମିରାଜ ଜାଣି ସାରିଥିଲେ । ତେଣୁ ସେ କୌଣସି ସହଯାତ୍ରୀଙ୍କୁ ନ ଜଣାଇ କେବଳ ବିମାନ ପରିଚାରିକାଙ୍କୁ ଡାକି ତୁରନ୍ତ କ୍ୟାପଟେନଙ୍କୁ ଅବଗତ କରିବାକୁ କହିଥିଲେ । ପରିଚାରିକା ଜଣକ ତୁରନ୍ତ ଯାଇ ସେହି ବିମାନର ପାଇଲଟ ଥିବା କ୍ୟାପଟେନ୍ ଏମ୍ ଦୀପକଙ୍କୁ ଜଣାଇଥିଲେ । ସେଥିପାଇଁ ବୋଧହୁଏ ଦକ୍ଷିଣ ପାଶ୍ୱର୍ ଇଞ୍ଜିନରେ ଆଲାରାମ ବାଜୁଛି ବୋଲି କ୍ୟାପଟେନ ଦୀପକ ତାଙ୍କୁ କହିଥିଲେ । ତମେ ଯାଇ କ୍ୟାପଟେନ ମିରାଜଙ୍କୁ ମୋ ଧନ୍ୟବାଦ ଜଣାଇବା ସହିତ ଇଞ୍ଜିନ ଉପରେ ନଜର ରଖିବାକୁ ତାଙ୍କୁ ଅନୁରୋଧ କର ବୋଲି କହିଥିଲେ । ପରିଚାରିକା ଆସି କ୍ୟାପଟେନ ମିରାଜଙ୍କୁ କ୍ୟାପଟେନ ଦୀପକଙ୍କ ଅନୁରୋଧ ଜଣାଇବା ସହିତ ଇଞ୍ଜିନ ଉପରେ ନଜର ରଖିବାକୁ କହିଥିଲେ । ସେତିକି ବେଳେ ବିମାନଟି ତୀବ୍ର ବେଗରେ ଟେକଅପ୍ କରୁଥିଲା ତା’ପରେ କ୍ୟାପଟେନ ଦୀପକ ଇଞ୍ଜିନକୁ ସ୍ଲୋ କରିବା ସହିତ ବେଗ କମାଇ ଧୀରେ ଧୀରେ ଭୁବନେଶ୍ୱର ଆଡ଼କୁ ମୁହାଁଇଥିଲେ । ସେତିକିବେଳକୁ କ’ଣ ହେଉଛି ଯାତ୍ରୀମାନେ କିଛି ବୁଝିପାରୁ ନଥିଲେ । ବିମାନ ପରିଚାରିକା କାହିଁକି ସିଟ୍ ନମ୍ବର-୧ ଏଫରୁ କକପିଟକୁ ବାରମ୍ବାର ଯା’ଆସ କରୁଛନ୍ତି ତାହା ଜାଣିବାକୁ ଯାତ୍ରୀମାନେ ଉଦବିଗ୍ନ ହୋଇ ପଡ଼ିଥିଲେ । କେହି କେହି କିଛି ଘଟିଛି ଭାବି ଭୟଭୀତ ହୋଇ ପଡ଼ିଥିଲେ । ସେତିକି ବେଳେ କ୍ୟାପଟେନ ଦୀପକ ପୁରା ବିମାନଟିକୁ ଭୁବନେଶ୍ୱର ଆଡ଼କୁ ବୁଲାଇ ସାରିଥିଲେ । ବିମାନରେ ୨ ଘଣ୍ଟାର ଉଡ଼ାଣ ପାଇଁ ତେଲ ଭର୍ତ୍ତି ହୋଇ ରହିଥିଲା । ତେଣୁ ବିମାନର ଓଜନ କମାଇବା ପାଇଁ କ୍ୟାପଟେନ ଦୀପକ ଭୁବନେଶ୍ୱର ବିମାନ ବନ୍ଦର ଉପରେ ପ୍ରାୟ ୨୦ ମିନିଟ୍ ଧରି ବିମାନଟିକୁ ବୁଲାଇ ଥିଲେ । ତା’ପରେ କ୍ୟାପଟେନ ଦୀପକ ନିରାପଦର ସହ ସେଫ୍ଟି ବେ-୧୦ରେ ବିମାନଟିକୁ ଅବତରଣ କରାଇଥିଲେ । ପୂର୍ବରୁ ସେଠାରେ ଦମକଳ ସହ ଫାୟର ଷ୍ଟାଫ ପ୍ରସ୍ତୁତ ହୋଇ ରହିଥିଲେ । ସେପର୍ଯ୍ୟନ୍ତ ଯାତ୍ରୀମାନେ ଘଟଣା ସମ୍ବନ୍ଧରେ କିଛି ଅବଗତ ନଥିଲେ ମଧ୍ୟ କିଛି ଅସୁବିଧା କାରଣରୁ ବିମାନ ଫେରିଲା ବୋଲି ଧରି ନେଇଥିଲେ । କ୍ୟାପଟେନ ମିରାଜଙ୍କ ସଚେତନ ପଦକ୍ଷେପ ଓ କ୍ୟାପଟେନ ଦୀପକଙ୍କ ନିରାପଦ ଅବତରଣ ଯୋଗୁ ସଭିଙ୍କ ଜୀବନ ରକ୍ଷା ହୋଇ ପାରିଥିଲା । ଘଟଣାକୁ ନେଇ ଯାତ୍ରୀମାନେ ଜାଣିବା ପରେ କ୍ୟାପଟେନ ମିରାଜ ଓ କ୍ୟାପଟେନ ଦୀପକଙ୍କ ଏଭଳି କାର୍ଯ୍ୟକୁ ପ୍ରଶଂସା କରିବା ସହ ତାଳିମାରି ଧନ୍ୟବାଦ ଜଣାଇଥିଲେ ।