ଜଙ୍ଗଲ କାଟିବାରୁ ମୁଣ୍ଡ ନେଲେ ମାଓବାଦୀ

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ନବରଙ୍ଗପୁର ଜିଲ୍ଲା ରାଇଘର ଅଞ୍ଚଳରେ ଦିନକୁଦିନ ମାଓ ହିଂସା ବଢ଼ିବାରେ ଲାଗିଛି । ମାଓବାଦୀମାନେ ଗୋଟିଏ ପରେ ଗୋଟିଏ ହତ୍ୟାକାଣ୍ଡ ଭିଆଇ ଚାଲିଛନ୍ତି । ଗତ କିଛିଦିନ ପୂର୍ବରୁ ଜଣେ ଯୁବକକୁ ଘରୁ ଡାକି ନେଇ ନିର୍ମମ ଭାବେ ହତ୍ୟା କରିଥିଲେ । ସେ କ୍ଷତ ନ ଲିଭୁଣୁ ଆଜି ଜଙ୍ଗଲ କାଟିବା ଅଭିଯୋଗରେ ଅନ୍ୟଜଣକୁ ହତ୍ୟା କରିଛନ୍ତି । ମୃତକ ଜଣକ ହେଲେ ରାଇଘର ବ୍ଲକ ଅନ୍ତର୍ଗତ ନାକଟିସିମୋଡ଼ା ପଞ୍ଚାୟତ ଲକ୍ଷ୍ମଣପୁର ଗ୍ରାମର ନାରାୟଣ ନାଗେଶ(୩୮) । ଜଙ୍ଗଲ କାଟି ଗ୍ରାମ ବସାଇବା ଅଭିଯୋଗରେ ମୃତ୍ୟୁଦଣ୍ଡ ଦିଆଯାଇଛି ବୋଲି ଘଟଣାସ୍ଥଳରେ ପଡ଼ିଥିବା ମାଓ ପୋଷ୍ଟରରେ ଲେଖାଯାଇଛି । ନାରାୟଣ ଜଣେ ଜଙ୍ଗଲ ମାଫିଆ ବୋଲି ପୋଷ୍ଟରରେ ଉଲ୍ଲେଖ କରାଯାଇଛି । ମୈନପୁର ପନୂଆପଡ଼ା ଡିଭିଜନ କମିଟି(ମାଓବାଦୀ) ପକ୍ଷରୁ ପୋଷ୍ଟର ମାଧ୍ୟମରେ ଜଣେଇ ଦିଆଯାଇଛି ।